26.1 C
Bhubaneswar
Monday, November 23, 2026
Homeଓଡିଶାଡିସେମ୍ବର ପ୍ରଥମ ସପ୍ତାହରେ ଯୁବ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଡିସେମ୍ବର ପ୍ରଥମ ସପ୍ତାହରେ ଯୁବ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟରେ ଚଳିତ ଯୁବ କଂଗ୍ରେସ ସଭ୍ୟ ସଂଗ୍ରହ ଏବଂ ବ୍ଲକ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଯୁବ କଂଗ୍ରେସର ସମସ୍ତ ପଦ ପଦବୀ ପାଇଁ ନିର୍ବାଚନ ସଂକ୍ରାନ୍ତରେ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ ଯେ ଯୁବ କଂଗ୍ରେସର ନିର୍ବାଚନ ନୂତନ ପ୍ରଭାବୀ ଯୁବ ନେତୃତ୍ୱ ସୃଷ୍ଟି ପାଇଁ ଏକ ସ୍ୱଚ୍ଛ ଏବଂ ଉନ୍ନତ ପ୍ରକ୍ରିୟା । ଜନନାୟକ ରାହୁଲ ଗାନ୍ଧୀ ଜୀ ପ୍ରତିଭା ସଂପନ୍ନ ଯୁବକ ଯୁବତୀ ମାନଙ୍କୁ କଂଗ୍ରେସର ମୁଖ୍ୟ ସ୍ରୋତରେ ସାମିଲ ହୋଇ କାର୍ଯ୍ୟ କରିବାକୁ ଏକ ଅନନ୍ୟ ସୁଯୋଗ ସୃଷ୍ଟି କରିଛନ୍ତି । ଜଣେ ନିଜର ସାଂଗଠନିକ ଶକ୍ତି ବଳରେ ଏହି ପ୍ରକ୍ରିୟାରେ ବାଞ୍ôଛତ ପଦପଦବୀ ହାସଲ କରିପାରିବ, ତାକୁ କେହି ପ୍ରତିବନ୍ଧକ ସାଜି ପାରିବ ନାହିଁ । କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧୀଙ୍କର କୁତ୍ତୁଙ୍ଗ ନେତୃତ୍ୱ ପ୍ରତି ଜେନ୍‌ଜି ତାଙ୍କର ସଂପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଓଡ଼ିଶାର ବେକାରୀ ସମସ୍ୟା, ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ, ଯୁବକ ଯୁବତୀମାନଙ୍କ ସ୍ୱାର୍ଥପ୍ରତି ଉଦାସିନତା ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଯୁବ ସମାଜ ଯୁବ କଂଗ୍ରେସର ଏହି ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହେବାକୁ ଶ୍ରୀ ଦାସ ନିବେଦନ କରିଥିଲେ । ଯୁବ କଂଗ୍ରେସ ଓଡ଼ିଶାର ସ୍ୱାଭିବାନ, ସମ୍ମାନ ଓ ସ୍ୱାର୍ଥ ପାଇଁ ଅବିରତ ସଂଗ୍ରାମ କରିବ । ରାହୁଲ ଗାନ୍ଧୀଙ୍କ ପଞ୍ଚ ନ୍ୟାୟ ଦାବୀ ହାସଲ କରିବାକୁ ହେଲେ ଓଡ଼ିଶାରେ ଯୁବ କଂଗ୍ରେସର ଶକ୍ତିକୁ ସୁଦୃଢ଼ କରିବାକୁ ପଡିବ । ଏହି ନିର୍ବାଚନ ଯୁବ କଂଗ୍ରେସରେ ନେତୃତ୍ୱର ନୂଆ ସମ୍ଭାବନା ସୃଷ୍ଟି କରିବ ।

ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନିର୍ବାଚନର ରାଜ୍ୟ ରିଟର୍ଣ୍ଣି ଅଫିସର ଫନିନ୍ଦର ସିଂ କହିଲେ ଯେ ସଭ୍ୟ ସଂଗ୍ରହ ସ୍ୱଚ୍ଛ ରହିବା ଆବଶ୍ୟକ । ଏଥିରେ ଦଳୀୟ ବରିଷ୍ଠ ନେତୃତ୍ୱଙ୍କ ପ୍ରଭାବ ରହିବ ନାହିଁ । କାହାକୁ ପ୍ରଲୋଭିତ କରାଯିବ ନାହିଁ । ସମସ୍ତେ ସମନ୍ୱୟ ରକ୍ଷା କରିବେ । ନିର୍ବାଚନ ଆଚରଣ ବିଧି ସଂପର୍କରେ ସେ ସ୍ପଷ୍ଟ ଭାବେ ବୁଝାଇ ଦେଇଥିଲେ । ଅଧିକରୁ ଅଧିକ ସଭ୍ୟ ସଂଗ୍ରହ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ଓଡ଼ିଶା ପ୍ରଭାରୀ ମହେଶ ଦେଶ୍‌ମୁଖ୍ ଏବଂ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଉପସ୍ଥିତ ଥିଲେ । ବିଭିନ୍ନ ଜୋନ୍ ପାଇଁ ନିଯୁକ୍ତ ଆଂଚଳିକ ରିଟର୍ଣ୍ଣିଙ୍ଗ ଅଫିସର ରାହୁଲ ଦ୍ୱିବେଦୀ, ସୌରଭ ଘୋଷ, ନୁର୍ ଆଲମ୍‌, ଜିତେନ୍ଦ୍ର ତାସାମ, ରାଘବେନ୍ଦ୍ର ସିଂ ପ୍ରମୁଖ ନିର୍ବାଚନ ସଂପର୍କରେ ତାଙ୍କର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଫନିନ୍ଦ୍ର ସିଂ ଡିସେମ୍ବର ପ୍ରଥମ ସପ୍ତାହରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ ବୋଲି ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking