24.1 C
Bhubaneswar
Sunday, November 22, 2026
Homeଦେଶ ବିଦେଶ୧୦ କୋଟି ଟଙ୍କାର ଠକେଇ ମାମଲାରେ ଏମିତି ଧରାପଡ଼ିଲେ ସ୍ବାମୀ-ସ୍ତ୍ରୀ

୧୦ କୋଟି ଟଙ୍କାର ଠକେଇ ମାମଲାରେ ଏମିତି ଧରାପଡ଼ିଲେ ସ୍ବାମୀ-ସ୍ତ୍ରୀ

ନୂଆଦିଲ୍ଲୀ: ମିଠା ମିଠା କଥା କହି ବିଶ୍ବାସ ଜନ୍ମାଇଲେ । ଘରେ ହୋମ ଏବଂ ପୂଜା ପାଠ କଲେ । ଏଭଳି ଭାବେ ନିଜ ଲୋକଙ୍କ ଭଳି କଥା କହିଲେ । ଆଉ ପରେ ବନ୍ଧୁ ହୋଇ ଲୁଟିନେଲେ ୧୦ କୋଟି ଟଙ୍କା । ତୁମେ ଟଙ୍କା ଦିଅ ଭଲ ଲାଭ ପାଇବ ଏଭଳି କହି ଳୋକଙ୍କଠାରୁ ଟଙ୍କା ନେବା ଆରମ୍ଭ କଲେ । ଆଉ ପରେ ସବୁ ଟଙ୍କା ନେଇ ଛୁ ମାରିଲେ । ମଧ୍ୟପ୍ରଦେଶର ଇନ୍ଦୋରରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ବଡ଼ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ଦମ୍ପତି । ଗିରଫ ଦ୍ବୟ ହେଲେ ନୀତିନ ଯୋଶୀ ଏବଂ ପରାଗିତା ଯୋଶୀ। ଉଭୟଙ୍କୁ ରାଜସ୍ଥାନରୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ଏକ କ୍ରେଟା କାର ଜବତ କରାଯାଇଛି। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀ ପ୍ରଥମେ ପୂଜାପାଠ କରୁଥିବା ପଣ୍ଡିତମାନଙ୍କୁ ନିଜ ବିଶ୍ୱାସରେ ନେଇଥିଲେ। ସେମାନେ ନିଜ ଘରେ ହୋମ କରାଇବା ବାହାନାରେ ପଣ୍ଡିତମାନଙ୍କୁ କିଛି ଟଙ୍କା ଦାନ ଆକାରରେ ଦେଉଥିଲେ। ଧୀରେ ଧୀରେ ବିଶ୍ୱାସ ଜିତିବା ପରେ ସେମାନେ ପଣ୍ଡିତ ଏବଂ ଅନ୍ୟ ଲୋକମାନଙ୍କୁ ବିଭିନ୍ନ କମ୍ପାନୀ ଓ ଶେୟାର ମାର୍କେଟରେ ନିବେଶ କଲେ ମାସିକ ୫ରୁ ୧୦ ପ୍ରତିଶତ ପ୍ରଲୋଭନ ଦେଖାଇଥିଲେ। ଏହି ଲୋଭରେ ପଡ଼ି ଅନେକ ଲୋକ ଏବଂ ପରେ ସେମାନଙ୍କ ସମ୍ପର୍କୀୟମାନେ ବଡ଼ ପରିମାଣର ଅର୍ଥ ନିବେଶ କରିଥିଲେ। କିନ୍ତୁ ଟଙ୍କା ହାତେଇବା ପରେ ଅଭିଯୁକ୍ତ ଦମ୍ପତି ଫେରାର ହୋଇଯାଇଥିଲେ।

ଜଣେ ମହିଳା ଅଭିଯୋଗକାରୀଙ୍କଠାରୁ ମାର୍ଚ୍ଚ ୨୦୨୨ରୁ ସେପ୍ଟେମ୍ବର ୨୦୨୩ ମଧ୍ୟରେ ନଗଦ ଓ ଅନଲାଇନ ମାଧ୍ୟମରେ ପ୍ରାୟ ୮୮ ଲକ୍ଷ ଟଙ୍କା ନିଆଯାଇଥିଲା। ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ମାର୍ଚ୍ଚ ୨୦୨୫ରୁ ଡିସେମ୍ବର ୨୦୨୫ ମଧ୍ୟରେ ନଗଦ, ଅନଲାଇନ ଏବଂ କ୍ରେଡିଟ୍ କାର୍ଡ ଜରିଆରେ ପ୍ରାୟ ୭୫ ଲକ୍ଷ ଟଙ୍କା ଠକାଯାଇଥିଲା। ମାମଲା ରୁଜୁ ହେବା ପରେ ଇନ୍ଦୋର କ୍ରାଇମ ବ୍ରାଞ୍ଚ ନିକଟରେ ପ୍ରାୟ ୫୦ରୁ ୬୦ ଜଣ ପୀଡ଼ିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ନଗଦ, ଚେକ୍, ଅନଲାଇନ କାରବାର ଏବଂ ଆରଟିଜିଏସ୍ ମାଧ୍ୟମରେ ନିବେଶ ନାମରେ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ପୋଲିସ ଆଶଙ୍କା କରୁଛି। ବର୍ତ୍ତମାନ ପୋଲିସ ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହିତ ଏହି ଠକେଇ ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ଛାନଭିନ୍ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking