ମାଲକାନଗିରି: ପୁଣି ଆଶ୍ରମ ବିଦ୍ୟାଳୟରେ ଅଘଟଣ। ହଷ୍ଟେଲରେ ରହି ପାଠ ପଢୁଥିବା ସପ୍ତମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପରକନମାଳା । ଆଶ୍ରମ ବିଦ୍ୟାଳୟରେ ଘଟିଛି ଏହି ଦୁଃଖଦ ଘଟଣା । ରାତିରେ ଖାଇବା ପରେ ହଠାତ ଅସୁସ୍ଥ ହୋଇପଡିଥିଲେ ଛାତ୍ରୀ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାଲକାନଗିରି ଆଶ୍ରମ ବିଦ୍ୟାଳୟରୁ ଆସିଲା ଦୁଃଖଦ ଖବର । ମାଥିଲି ବ୍ଲକ ପରକନମାଳା ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ଗତକାଲି ରାତିରେ ଖାଇବା ପରେ ହଠାତ ଛାତ୍ରୀ ଜଣକ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ କୁଡୁମୁଲୁଗୁମ୍ମା ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁ କିପରି ହେଲା ତାହାର ତଦନ୍ତ ଆରମ୍ଭ କରିଛଇ ପୋଲିସ ।










