29.1 C
Bhubaneswar
Tuesday, November 24, 2026
Homeଓଡିଶାହକ୍ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଅଙ୍ଗନାବାଡ଼ି କର୍ମୀ

ହକ୍ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଅଙ୍ଗନାବାଡ଼ି କର୍ମୀ

ଭୁବନେଶ୍ୱର: ହକ୍ ଓ ଅଧିକାର ପାଇଁ ରାଜରାସ୍ତାରେ ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ୭ ଦଫା ଦାବି ପୂରଣ ନେଇ ଭୁବନେଶ୍ୱରର ଲୋୟର ପିଏମଜିରେ ଗର୍ଜିଛି ଆନ୍ଦୋଳନର ସ୍ୱର। ସରକାରୀ କର୍ମଚାରୀର ମାନ୍ୟତା ସହ କର୍ମୀଙ୍କୁ ୩୦ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ମାସିକ ପାରିଶ୍ରମିକ ଦାବିରେ ଆରମ୍ଭ ହୋଇଛି ଅନିର୍ଦ୍ଦିଷ୍ଟକାଳ ଯାଏଁ ଆନ୍ଦୋଳନ। ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଦିଆଯାଇଥିବା ଏହି ଆନ୍ଦୋଳନ ଡାକରା ପଛରେ ରହିଛି ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ବିଳମ୍ବକୁ ନେଇ ଅସନ୍ତୋଷ। ସଂଘର ସ୍ପଷ୍ଟ ଚେତାବନୀ, ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ କର୍ମୀ ଓ ସହାୟିକା। ସଂଘର ୭ ଦଫା ଦାବିରେ କେବଳ ପାରିଶ୍ରମିକ ବୃଦ୍ଧି ନୁହେଁ, ବରଂ ରହିଛି ସାମାଜିକ ସୁରକ୍ଷା, ସମ୍ମାନ ଓ ଭବିଷ୍ୟତର ନିଶ୍ଚିତତା। ସରକାରୀ ମାନ୍ୟତା ମିଳିବା ପର୍ୟ୍ୟନ୍ତ ଘୋଷିତ ଦରମା ଲାଗୁ କରିବା ସହ ୨୦୨୪ ନିର୍ବାଚନ ଇସ୍ତାହାରରେ ଥିବା ପାରିଶ୍ରମିକ ବୃଦ୍ଧି ପ୍ରତିଶ୍ରୁତିକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ଦାବି ହୋଇଛି। ଅନ୍ୟପଟେ ଗ୍ରାଚ୍ୟୁଇଟି ପ୍ରଦାନ ସହ ଅବସର ସମୟରେ କର୍ମୀଙ୍କୁ ୧୦ ଲକ୍ଷ ଓ ସହାୟିକାଙ୍କୁ ୫ ଲକ୍ଷ ଟଙ୍କା ଏକକାଳୀନ ସହାୟତା ସହ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଅଡ଼ି ବସିଛନ୍ତି ଅଙ୍ଗନବାଡ଼ି କର୍ମୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking