26.1 C
Bhubaneswar
Tuesday, November 24, 2026
Homeଓଡିଶାଜୁଏଲାରୀ ଦୋକାନ ଚୋରି ଘଟଣା: ଝାଡ଼ଖଣ୍ଡରୁ ଗିରଫ ଜଣେ ଅଭିଯୁକ୍ତ

ଜୁଏଲାରୀ ଦୋକାନ ଚୋରି ଘଟଣା: ଝାଡ଼ଖଣ୍ଡରୁ ଗିରଫ ଜଣେ ଅଭିଯୁକ୍ତ

ରାଉରକେଲା :ରାଉରକେଲା ଝିରପାଣି ଥାନା ଅଞ୍ଚଳରେ ଘଟିଥିବା ଏକ ବଡ଼ ଗହଣା ଦୋକାନ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ। ଏହି ଘଟଣାରେ ଝାଡ଼ଖଣ୍ଡରୁ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।ପୋଲିସର ସୂଚନା ଅନୁସାରେ, ଗତ ୨୫ ଫେବୃଆରୀ ୨୦୨୬ ରାତିରେ ଝିରପାଣି ଅଞ୍ଚଳରେ ଥିବା ଏକ ଗହଣା ଦୋକାନରେ ଚୋରି ହୋଇଥିଲା। ଦୋକାନ ମାଲିକ ପ୍ରଦୀପ କୁମାର ଲେଙ୍କା (୪୧) ୨୫ ଫେବୃଆରୀ ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପରଦିନ ୨୬ ଫେବୃଆରୀ ସକାଳ ପ୍ରାୟ ୧୦ଟାରେ ଦୋକାନ ଖୋଲିବାକୁ ଆସି ଦେଖିବାକୁ ପାଇଥିଲେ ଯେ, ଦୋକାନର କାନ୍ଥରେ ଗାତ କରି ଦୁର୍ବୃତ୍ତମାନେ ଗ୍ୟାସ୍ କଟର ସାହାଯ୍ୟରେ ଭିତରକୁ ପ୍ରବେଶ କରି ଚୋରି କରିଛନ୍ତି। ଦୋକାନରୁ ପ୍ରାୟ ୫୦୦ ଗ୍ରାମ ସୁନା ଅଳଙ୍କାର ଏବଂ ୧୫ କିଲୋଗ୍ରାମ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।ଏହି ଘଟଣାକୁ ନେଇ ଝିରପାଣି ଥାନାରେ କେସ୍ ନଂ ୩୬, ତାରିଖ ୨୬.୦୨.୨୦୨୬ରେ BNS ଧାରା ୩୩୧(୪)/୩୦୫(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking