30.1 C
Bhubaneswar
Monday, November 23, 2026
Homeଓଡିଶାକଥା ଶୁଣୁନାହାନ୍ତି ସରକାରୀ ଅଧିକାରୀ !

କଥା ଶୁଣୁନାହାନ୍ତି ସରକାରୀ ଅଧିକାରୀ !

ଭୁବନେଶ୍ୱର: ବିରୋଧୀ ଦଳ ବିଧାୟକଙ୍କ କଥା ଶୁଣୁନାହାନ୍ତି ଅଧିକାରୀ ବୋଲି ଅଭିଯୋଗ ଆଣିଲେ ବିଧାୟକ । ସ୍ୱାୟତ୍ତ ଦିବସରେ ବିଧାୟକଙ୍କୁ ନିମନ୍ତ୍ରଣ ଏବଂ ଫଳକରେ ନାଁ ନଥିବା ନେଇ ଗୃହରେ ଉଦବେଗ ପ୍ରକାଶ କଲେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ । ସେହିଭଳି ଅନେକ ଚିଠି କାର୍ଯ୍ୟାଳୟରୁ ଯାଉଥିଲେ ମଧ୍ୟ ଅଫିସର ଏହାର ଉତ୍ତର ଦେଉନାହାନ୍ତି । ଏନେଇ ଅସନ୍ତୋଷ ପ୍ରକାଶ କଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଅନେକ କାର୍ଯ୍ୟକ୍ରମରେ ନିର୍ବାଚିତ ବିଧାୟକଙ୍କୁ ଡକାଯାଉନାହିଁ । ବରଂ ଅଣ ନିର୍ବାଚିତ ବିଧାୟକ ମଞ୍ଚରେ ସ୍ଥାନ ପାଉଛନ୍ତି କହି ଅଭିଯୋଗ ଆଣିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଯଦି ସଠିକ ପାଳନ ହେବ ନାହିଁ ତେବେ ବୁକ ସର୍କୁଲାର ପ୍ରତ୍ୟାହାର କରିନିଆଯାଉ । ଯଦି ରଖିବେ ତେବେ ସଠିକ ଭାବେ ଏହାକୁ ପାଳନ କରାଯାଉ କହିଲେ ପ୍ରସନ୍ନ ଆଚାର୍ଯ୍ୟ । ବୁକ ସର୍କୁଲାର ୪୭ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ଅଫିସରମାନେ ବୁକ ସର୍କୁଲାରକୁ ପାଳନ କରିବା ସହ ଏହାକୁ ଲିଖିତ ଭାବରେ ରଖିବା କଥା, ସରକାର ଏହାକୁ ଅନୁଧ୍ୟାନ ଏଥିକ୍ସ କମିଟି ଅଧ୍ୟକ୍ଷ ନିକଟରେ ସମ୍ବଲପୁରରେ ଏକ ୱର୍କସପ କରାଯାଇଥିଲା କିପରି ବୁକ ସର୍କୁଲାର ପାଳନ କରାଯିବ । ଏଥିକ୍ସ କମିଟି ଦ୍ୱାରା ନିୟମିତ ଟ୍ରେନିଂ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକରେଶ ମହାଲିଙ୍ଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking