କଟକ: ବାଲିଯାତ୍ରା ଉତ୍ସବରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁସଜ୍ଜିତ ବୋଟରେ ଯାତ୍ରା କଲେ ରାଷ୍ଟ୍ରପତି । ବାଲିଯାତ୍ରା ଉତ୍ସବରେ ପାରମ୍ପରିକ ରୀତି ସହ ସାଧବ ପୁଅ ,ବହୁ ବେଶରେ ମହାମହିମଙ୍କୁ ସ୍ୱାଗତ କରାଯାଇଥିଲା । ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ବ୍ରଜ ମୋହନ ରାମ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମିଶି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡଙ୍ଗା ଭସାଇଥିଲେ । ଚଳିତ ବର୍ଷ ପ୍ରଥମ ଥର ବାଲିଯାତ୍ରା ଉତ୍ସବକୁ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଉ କିଛି ସମୟ ପରେ ଐତିହାସିକ ବାଲିଯାତ୍ରାର ଉଦଘାଟନ କରିବେ ରାଷ୍ଟ୍ରପତି । ବ୍ୟାଟେରୀ ଚାଳିତ ଗାଡିରେ କଟକ ଇନ କଟକ, ବୈଷ୍ଣବ ପାଣି ମଞ୍ଚ ବୁଲିବେ ଦ୍ରୌପଦୀ ମୁର୍ମୁ । ଏସଏସଜି ମହିଳା ମାନଙ୍କ ସହ ମଧ୍ୟ ଆଲୋଚନା କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଟକ ମହାନଗର ନିଗନ, କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।










