26.1 C
Bhubaneswar
Tuesday, November 24, 2026
Homeଓଡିଶାବିଶ୍ୱ ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ

ବିଶ୍ୱ ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ :ପୁଣି ବ୍ୟାଟ୍‌ରେ ଝଡ଼ ସୃଷ୍ଟି କଲେ ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଚୌକା ଓ ଛକା ବର୍ଷା କରି ବିଶ୍ୱ କ୍ରିକେଟରେ ରଚିଲେ ନୂଆ ଇତିହାସ । ଏସିସି ପୁରୁଷ ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ମାତ୍ର ୨୮ ବଲ୍‌ରେ ବିସ୍ଫୋରକ ଶତକ ହାସଲ କରିଛନ୍ତି ବୈଭବ । ତାଙ୍କର ଏହି ଧୂଆଁଧାର ଇନିଂସରେ ରହିଛି ୧୪ଟି ଛକା ଓ ୪ଟି ଚୌକା ।ମଙ୍ଗଳବାର ଦୋହାର ୟୁନିଭର୍ସିଟି ଅଫ୍‌ ଦୋହା ଫର୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତ-ଏ ଓ ୟୁଏଇ ମଧ୍ୟରେ ମୁକାବିଲା ହୋଇଥିଲା । ଇନିଂସର ପ୍ରଥମ ଓଭରରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ ବୈଭବ । ଜାହିଦ ଅଲିଙ୍କ ଓଭରରେ ଲଗାତାର ତିନୋଟି ଛକା ମାରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଥିଲେ । ଦ୍ୱିତୀୟ ଓଭରରେ ଇବରାର ଅହମ୍ମଦଙ୍କୁ ଦୁଇଟି ଛକା ଓ ଗୋଟିଏ ଚୌକା ମାରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking