31.1 C
Bhubaneswar
Thursday, October 15, 2026
Homeଓଡିଶାବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ରାଜ୍ୟ ପ୍ରଭାରୀ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ରାଜ୍ୟ ପ୍ରଭାରୀ

ନୂଆଦିଲ୍ଲୀ:  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ରାଜ୍ୟ ପ୍ରଭାରୀ । ରାଷ୍ଟ୍ରୀୟ ଅଧକ୍ଷଙ୍କ ପାଖରେ ଓଡିଶା ବିଜେପିର ସାଙ୍ଗଠନିକ ରିପୋର୍ଟ । ଓଡ଼ିଶା ଗସ୍ତ ସାରିବା ପରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କୁ ଭେଟିଛନ୍ତି ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀ।ଖବର ଅନୁଯାୟୀ, କିଛି ଦିନ ତଳେ ରାଜ୍ୟ ପ୍ରଭାରୀ ଓଡ଼ିଶା ଗସ୍ତରେ ଆସିଥିଲେ । ଏଠାରେ ବରିଷ୍ଠ ନେତା ଓ କର୍ମୀଙ୍କୁ ସହ ବୈଠକ କରିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । । ଏହି ସମୟରେ ସାଙ୍ଗଠନିକ ନେତୃତ୍ୱ, ଜିଲ୍ଲା ସଭାପତି, ପ୍ରଭାରୀ, ମନ୍ତ୍ରୀ ସାଂସଦଙ୍କ ସହିତ ଚର୍ଚ୍ଚା ଆଲୋଚନା କରିଥିଲେ । ଗସ୍ତ ସାରି ଫେରିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ଓଡ଼ିଶା ପ୍ରଭାରୀ ଏବଂ ସହ ପ୍ରଭାରୀ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟି ରାଜ୍ୟର ସାଂଗଠନିକ ବିଷୟ, ଦଳରେ ଚାଲୁଥିବା କାର୍ଯ୍ୟକ୍ରମ ଓ ପ୍ରାଥମିକତା ଉପରେ ଆଲୋଚନା କରିଥିବା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି ସହ ପ୍ରଭାରୀ ସ୍ବଦେଶ ସିଂ। ତାଙ୍କ ସହିତ ଉପସ୍ଥିତ ଅଛନ୍ତି ପ୍ରଭାରୀ ଡାଗୁବତୀ ପୁରନ୍ଦେଶ୍ୱରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking