ଭୁବନେଶ୍ବର: ଅଲାରନାଥ କଲେଜରେ ୧୬୩ ବିଏନ୍ଏସ୍ ଧାରା ଲାଗୁ ହୋଇଛି । ନିର୍ବାଚନ ମଧ୍ୟରେ କିଛି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଦେଖାଦେଇଛି । ବାବା ବଳିଆ କଲେଜରେ ଅଣଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ଜଣେ ଅଣଛାତ୍ର ଗୁରୁତର ହୋଇ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି କାକଟପୁରରେ ଦୁର୍ବୃତ୍ତମାନେ ବାଲଟ୍ ବକ୍ସ ଭାଙ୍ଗିଥିବା ଖବର ମିଳିଛି।ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଥିଲେ। ନିର୍ବାଚନ ଘୋଷଣାର ମାତ୍ର କିଛି ଦିନ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅକ୍ଟୋବର ୫ରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଅକ୍ଟୋବର ୯ରେ ନାମାଙ୍କନ ଦାଖଲ ହୋଇଥିଲା।










