32.1 C
Bhubaneswar
Saturday, October 10, 2026
Homeଦେଶ ବିଦେଶଭାରତୀୟ ପାଇଲଟ୍‌ଙ୍କୁ ଛୁରାମାଡ଼: ତଦନ୍ତ କରିବ NIA

ଭାରତୀୟ ପାଇଲଟ୍‌ଙ୍କୁ ଛୁରାମାଡ଼: ତଦନ୍ତ କରିବ NIA

ନୂଆଦିଲ୍ଲୀ:  ଉଡ଼ନ୍ତା ବିମାନ ଭିତରେ ଭାରତୀୟ ପାଇଲଟ୍‌ଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଫ୍ଲାଏଦୁବାଇ ବିମାନରେ ଭାରତୀୟ କ୍ୟାପ୍‌ଟେନ୍ ସ୍ମିତ ମଚ୍ଛରଙ୍କୁ ଛୁରାମାଡ଼ ପରେ କେନ୍ଦ୍ର ସରକାର NIAକୁ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିମାନକୁ ହାଇଜାକ୍ କରିବା କିମ୍ବା ଦୁର୍ଘଟଣାଗ୍ରସ୍ତ କରିବା ଉଦ୍ୟମ ହୋଇଥିଲା କି ନାହିଁ, ତାହା ସହ ଘଟଣା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି କି ନାହିଁ, ତଦନ୍ତରେ ଏହା ଯାଞ୍ଚ କରାଯିବ ।ସୂଚନାନୁସାରେ ଫ୍ଲାଏଦୁବାଇର ଫ୍ଲାଇଟ୍ ୧୦୭୩ ସେପ୍ଟେମ୍ବର ୩୦ ତାରିଖ ସକାଳ ୭ଟା ୫ ମିନିଟ୍‌ରେ ଦୁବାଇରୁ ଉଡ଼ାଣ ଆରମ୍ଭ କରିଥିଲା। ବିମାନରେ ୧୭୪ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ । ବିମାନଟିକୁ ଭାରତୀୟ କ୍ୟାପ୍‌ଟେନ୍ ସ୍ମିତ ମଚ୍ଛର ଏବଂ ଓମାନର ଜଣେ ଫାର୍ଷ୍ଟ ଅଫିସର୍ ପରିଚାଳନା କରୁଥିଲେ। ଜୋର୍ଡାନ୍‌-ସାଉଦି ଆରବ ସୀମା ନିକଟରେ ଉଡ଼ାଣ ସମୟରେ ବିମାନଟି ହଠାତ୍ ତଳକୁ ଖସିବା ସହ ପୁଣି ସାଉଦି ଆରବ ଆକାଶସୀମା ଆଡ଼କୁ ଫେରିଥିବା ରିପୋର୍ଟ ହୋଇଥିଲା।ବିମାନ ଭିତରେ ଓମାନର ଫାର୍ଷ୍ଟ ଅଫିସର୍‌ କ୍ୟାପ୍‌ଟେନ୍‌ ମଚ୍ଛରଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ କ୍ୟାପ୍‌ଟେନ୍ ମଚ୍ଛରଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହାପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ଅଭିଯୁକ୍ତ ଫାର୍ଷ୍ଟ ଅଫିସର୍‌ଙ୍କୁ କାବୁ କରି ଅଟକ ରଖିଥିଲେ ।  

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking