32.1 C
Bhubaneswar
Saturday, October 10, 2026
Homeଓଡିଶାନାଗ ସାପ କାମୁଡ଼ାରେ ଚାଲିଗଲା ଯୁବକଙ୍କ ଜୀବନ

ନାଗ ସାପ କାମୁଡ଼ାରେ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ : ମହଙ୍ଗା ପଡିଲା ନାଗ ସାପ ସହ ରିଲ୍ସ କରିବା। ନାଗ ସାପକୁ ଧରି ରିଲ୍ସ କରୁଥିବା ବେଳେ ସାପ ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ। ପୁରୀ ହସ୍ପିଟାଲରେ ତପନକୁଡାକ୍ତର ମୃତ ଘୋଷଣା କରିଛନ୍ତି। ସଦର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।ତେବେ ତପନ ବିଷାକ୍ତ ସାପକୁ ବିଭିନ୍ନ ସମୟରେ ଧରିବା ସହ ତାକୁ ସହଜରେ କାବୁ ମଧ୍ୟ କରୁଥିଲେ। ଯାହା ଘରେ ସାପ ପଶୁଥିଲା ତପନ ସେଠାରେ ପହଞ୍ଚି ସାପ ଧରୁଥିଲେ। ଶୁକ୍ରବାର ଅପରାହ୍ନରେ ତପନ ନିଜ ଘର ବାରଣ୍ଡାରେ ଏକ ନାଗ ସାପକୁ ଧରି ରିଲ୍ସ କରୁଥିଲେ। ସେହି ସମୟରେ ତପନଙ୍କ ହାତର ଆଙ୍ଗୁଠି, କହୁଣୀ ଓ ବାହୁକୁ ସାପଟି ଚୋଟ ମାରିଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତପନ ତାଙ୍କ ଜୀବନରେ ଅନେକ ସାପ ଧରିଥିବା ପରିବାର ଲୋକେ କହିଛନ୍ତି । ସେହିପରି ତପନ ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ମଧ୍ୟ ସାପ ସହିତ ଅନେକ ରିଲ୍ସ କରି ଭିଡିଓ ଅପଲୋଡ଼ କରିଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking