33.1 C
Bhubaneswar
Saturday, October 10, 2026
Homeଦେଶ ବିଦେଶସିଜେପିର ପ୍ଲାନ ବି: ନେତୃତ୍ୱ ନେବେ ଅଜିଙ୍କ୍ୟ

ସିଜେପିର ପ୍ଲାନ ବି: ନେତୃତ୍ୱ ନେବେ ଅଜିଙ୍କ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP) ନିଜର ବିକ୍ଷୋଭ ଜାରି ରଖିବ ବୋଲି ଘୋଷଣା କରିଛି। ଏକ ଭିଡିଓ ବାର୍ତ୍ତାରେ ଦଳ ଘୋଷଣା କରିଛି ଯେ, ଯେପର୍ଯ୍ୟନ୍ତ ଦୀପକେ, ଦାସ ଏବଂ ରଙ୍କା ହେପାଜତରେ ରହିବେ, ସେପର୍ଯ୍ୟନ୍ତ ସଂଗଠନର ଦାୟିତ୍ୱରେ ଥିବା ଅଜିଙ୍କ୍ୟ ସିନ୍ଦେ ଜନ୍ତର ମନ୍ତର ଠାରେ ହେବାକୁ ଥିବା ପ୍ରସ୍ତାବିତ ବିକ୍ଷୋଭର ନେତୃତ୍ୱ ନେବେ। CJP ଶନିବାର ଦାବି କରିଛି ଯେ ମୁମ୍ବାଇରୁ ଆସିଥିବା ବିମାନଟି ଅବତରଣ କରିବା ମାତ୍ରେ ଦିଲ୍ଲୀ ପୋଲିସ ଏହାର ନେତା – ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ବିମାନ ଭିତରୁ ଅଟକ ରଖିଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଜନ୍ତର ମନ୍ତର ଠାରେ ଆୟୋଜିତ ହେବାକୁ ଥିବା ଏକ ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିବା ପାଇଁ ଏହି ତିନିଜଣ ଦିଲ୍ଲୀରେ ପହଞ୍ଚିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking