ନୂଆଦିଲ୍ଲୀ: ଶନିବାର ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି କୋକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ଦିଲ୍ଲୀର ଯନ୍ତର ମନ୍ତରଠାରେ ବିଶାଳ ”ଚଲୋ ଦିଲ୍ଲୀ” ଆନ୍ଦୋଳନ ଜାରି ରହିଛି। ଯନ୍ତରମନ୍ତରରେ ପୁଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ୧୫୦୦ରୁ ଅଧିକ ସମର୍ଥକଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖିଛି। ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଦଳର ଅନ୍ୟ ନେତାମାନେ ଦିଲ୍ଲୀର ସାଉଥ୍ ଆଭେନ୍ୟୁସ୍ଥିତ ଏକ ବସଷ୍ଟାଣ୍ଡ ଧାରଣାରେ ବସିଥିବା ସମୟରେ ଦିଲ୍ଲୀ ପୁଲିସ ସେମାନଙ୍କୁ ମଧ୍ୟ ଉଠାଇ ନେଇ ହେପାଜତରେ ରଖିଛି।
ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୬୩ ଲାଗୁ ହୋଇଛି। କୌଣସି ଅନୁଚିତ କାର୍ଯ୍ୟକଳାପ ଘଟିନାହିଁ ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ସମ୍ଭାବ୍ୟ ପ୍ରତିବାଦକୁ ରୋକିବା ପାଇଁ ପୁଲିସ ସକାଳୁ ସୁରକ୍ଷା ଦାୟିତ୍ୱ ଗ୍ରହଣ କରିଥିଲା। ଇଣ୍ଡିଆ ଗେଟ୍ ନିକଟରେ ପ୍ରତିବାଦ ନକରିବାକୁ ମଧ୍ୟ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।’










