31.1 C
Bhubaneswar
Saturday, October 10, 2026
Homeଓଡିଶାବାଲିଯାତ୍ରା ପ୍ଲଟ୍ ପାଇଁ ଆଜିଠୁ ଆବେଦନ: ନଭେମ୍ବର ୨ରୁ ନିଲାମ ପ୍ରକ୍ରିୟା

ବାଲିଯାତ୍ରା ପ୍ଲଟ୍ ପାଇଁ ଆଜିଠୁ ଆବେଦନ: ନଭେମ୍ବର ୨ରୁ ନିଲାମ ପ୍ରକ୍ରିୟା

କଟକ: ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା କଟକ ଐତିହାସିକ ବାଲିଯାତ୍ରାରେ ପ୍ଲଟ୍ ନେବା ପାଇଁ ଆଜିଠାରୁ  ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ବାରବାଟୀ ପ୍ୟାଲେସଠାରେ ଦୁଇଟି ପର୍ଯ୍ୟାୟରେ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ଆବେଦନ ଆଜିଠୁ ଆରମ୍ଭ ହୋଇ ୧୭ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟ ଆବେଦନ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୨ ତାରିଖରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ନିଲାମ ପରେ ଯେଉଁ ପ୍ଲଟ୍‌ଗୁଡ଼ିକ ବଳକା ରହିଯିବ, ସେଗୁଡ଼ିକୁ ସ୍ପଟ୍ ନିଲାମରେ ବିକ୍ରି କରାଯିବ । ଏଥର ବାଲିଯାତ୍ରା ଉଭୟ ତଳ ଓ ଉପର ପଡ଼ିଆରେ ଆୟୋଜିତ ହେବା। ତଳ ପଡ଼ିଆରେ ୧୪୫୨ଟି ଓ ଉପର ପଡ଼ିଆରେ ୫୯୨ଟି ଷ୍ଟଲ୍‌ ହେବ । ପ୍ଲଟ୍‌ଗୁଡ଼ିକର ମୂଲ୍ୟ ବର୍ଗଫୁଟ ପିଛା ୬୦ ଟଙ୍କାରୁ ୬୫ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking