34.1 C
Bhubaneswar
Wednesday, October 7, 2026
Homeଦେଶ ବିଦେଶହେନେରୀ କାଗାନ୍ ଓ କେନସୋ ସୋଆଇଙ୍କୁ ନୋବେଲ୍‌ ପୁରସ୍କାର

ହେନେରୀ କାଗାନ୍ ଓ କେନସୋ ସୋଆଇଙ୍କୁ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଲୀ : ରସାୟନ ବିଜ୍ଞାନ କ୍ଷେତ୍ରରେ ୨୦୨୬ ମସିହାର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ହେନେରୀ ବି. କାଗାନ୍ ଏବଂ କେନସୋ ସୋଆଇଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଅସମମିତ ଜୈବ ସଂଶ୍ଳେଷଣରେ ଅଣ-ରୈଖିକ ପ୍ରଭାବ ଏବଂ ସ୍ୱୟଂ-ଉତ୍ପେରଣର ଆବିଷ୍କାର ପାଇଁ ଉଭୟ ବୈଜ୍ଞାନିକଙ୍କୁ ନୋବେଲ୍‌ରେ ସମ୍ମାନିତ କରାଯାଇଛି । ହେନେରୀ କାଗାନ୍ ଫ୍ରାନ୍ସର ଓରସେସ୍ଥିତ ପ୍ୟାରିସ୍-ସୁଡ୍ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଥିବାବେଳେ, ୯୫ ବର୍ଷୀୟ କେନସୋ ସୋଆଇ ଜାପାନର ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଅଛନ୍ତି ।ଏହି ଗବେଷଣାର ସବୁଠାରୁ ବଡ଼ ବିଶେଷତା ହେଉଛି ସ୍ୱୟଂ-ଉତ୍ପେରଣ ବା ଅଟୋକାଟାଲିସିସ୍। ସାଧାରଣତଃ କୌଣସି ରାସାୟନିକ ପ୍ରତିକ୍ରିୟାର ଗତି ବଢ଼ାଇବା ପାଇଁ ବାହାରୁ କାଟାଲିଷ୍ଟ ମିଶାଇବାକୁ ପଡ଼ିଥାଏ । କିନ୍ତୁ ସ୍ୱୟଂ-ଉତ୍ପେରଣରେ ପ୍ରତିକ୍ରିୟାରୁ ସୃଷ୍ଟି ହେଉଥିବା ପଦାର୍ଥ ନିଜେ ସେହି ପ୍ରତିକ୍ରିୟାର ଗତି ବଢ଼ାଇଥାଏ । ଅର୍ଥାତ୍‌ ପ୍ରତିକ୍ରିୟା ଆରମ୍ଭ ହେବା ପରେ ଏହା ନିଜକୁ ନିଜେ ଆହୁରି ଦ୍ରୁତ କରିପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking