24.1 C
Bhubaneswar
Monday, November 16, 2026
Homeଓଡିଶାବିଧାୟକଙ୍କୁ ସଂସଦୀୟ କାର୍ଯ୍ୟପ୍ରଣାଳୀର ମନ୍ତ୍ର ଦେଲେ ଉପରାଷ୍ଟ୍ରପତି

ବିଧାୟକଙ୍କୁ ସଂସଦୀୟ କାର୍ଯ୍ୟପ୍ରଣାଳୀର ମନ୍ତ୍ର ଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଆୟୋଜିତ ବିଧାୟକଙ୍କ ସ୍ୱତନ୍ତ୍ର ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ସି. ପି ରାଧାକ୍ରିଷ୍ଣନ । ଏହି ଅବସରରେ ସେ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟପ୍ରଣାଳୀ, ସଂସଦୀୟ କମିଟିର ଦାୟିତ୍ୱ , ବଜେଟ ଓ ପ୍ରଶ୍ନୋତ୍ତର କାଳ ସମ୍ପର୍କରେ ମାର୍ଦଦର୍ଶନ ଦେଇଥିଲେ । ବିଧାୟକଙ୍କ ପ୍ରଶିକ୍ଷଣ କର୍ମଶାଳାରେ ଉପରାଷ୍ଟ୍ରପତି ଅଭିଭାଷଣରେ କହିଥିଲେ , ଆପଣ ନିଜ ନିର୍ବାଚନ ମଣ୍ଡଳୀର ବିଶ୍ୱାସ ଭାଜନ ହୋଇଛନ୍ତି । ବିଶ୍ୱାସ ସହିତ ଦାୟିତ୍ୱ ଆସେ । ନୂଆ ଓ ଅଭିଜ୍ଞ ବିଧାୟକ ସାଂସଦମାନେ ଅଛନ୍ତି । ତାମିଲନାଡୁରେ କାମରାଜଙ୍କୁ ବିଜୁ ପଟ୍ଟନାୟକ କୁହାଯାଏ । ବିଜୁଙ୍କୁ କାମରାଜ କହି ତୁଳନା କରିଛନ୍ତି ଉପରାଷ୍ଟ୍ରପତି । ସୁବାଷବୋଷ , ବିଜୁ ପଟ୍ଟନାୟକ , ରବି ନାୟକଙ୍କୁ ମନେ ପକାଇଲେ ଉପରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ଏଇ ମାଟିର , ପ୍ରଥମ ଜନଜାତି ମହିଳା ବାଚସ୍ପତି ଥିବାରୁ ବିଧ୍ୟାକମାନଙ୍କୁ ଧନ୍ୟବାଦ ଦେଲେ ସି.ପି ରାଧାକୃଷ୍ଣନ । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମଧ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଏ ରାଜ୍ୟସଭାରେ । ଜିରୋ ଆୱାର ସବୁଠାୁ ଗୁରୁତ୍ୱପୂର୍ଣ୍ଣ । ପ୍ରଶ୍ମ ଉତ୍ତର କାଳ ନୂଆ ସଦସ୍ୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଆଇ , ଡିଜିଟାଲ ଟେକ୍ଲୋଲୋଜି ବ୍ୟବହାର ଆବଶ୍ୟକ । ଗୃହ କମିଟିକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଟେକ୍ସଟାଇଲ ଶିଳ୍ପକୁ ପ୍ରମୋଟ କରିବା ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking