31.1 C
Bhubaneswar
Saturday, October 10, 2026
Homeଦେଶ ବିଦେଶଯୁବ ପ୍ରତିବାଦକୁ ଦେଖି ମୋଦୀ-ଶାହା ଭୟଭୀତ: କଂଗ୍ରେସ

ଯୁବ ପ୍ରତିବାଦକୁ ଦେଖି ମୋଦୀ-ଶାହା ଭୟଭୀତ: କଂଗ୍ରେସ

ନୂଆଦିଲ୍ଲୀ: ଯୁବପୀଢୀଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିଶ ଶାହା ଭୟଭୀତ ହୋଇପଡିଥିବା କଟାକ୍ଷ କରି କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏକ ନୈତିକ ବାଧ୍ୟବାଧକତା ବୋଲି ଶନିବାର ଦିନ କୁହାଯାଇଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟା ଯୋଗୁଁ ପ୍ରାୟ ୧୪ କୋଟି ଭାରତୀୟ ଭୋଟ ଅଧିକାରରୁ ବଞ୍ଚିତ ହୋଇଥିବା ଦର୍ଶାଇ କଂଗ୍ରେସ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଦାବି କରିଛି । କଂଗ୍ରେସର ଜେନେରାଲ ସେକ୍ରେଟାରୀ ଜୟରାମ ରମେଶ କହିଛନ୍ତି , ରାଜଧାନୀ ଦିଲ୍ଲୀକୁ ଏକ ଦୁର୍ଗରେ ପରିଣତ କରାଯାଇଛି । ଏବଂ ସବୁଆଡେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସମ୍ବିଧାନର ଧାରା ୩୨୬ ଦ୍ୱାରା ପ୍ରଦତ୍ତ ଭୋଟ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବା ପ୍ରତିବାଦରେ ଯୁବପୀଢୀଙ୍କ ଏହି ଆନ୍ଦୋଳନକୁ ଶାସକ ଦଳ ଭୟ କରୁଛି ବୋଲି ସେ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କକ୍ରୋଚ ଜନତା ପାର୍ଟି ପକ୍ଷରୁ ଯନ୍ତର ମନ୍ତରରେ ହେବାକୁ ଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଅନୁମତି ନଥିବାରୁ ପ୍ରାୟ ୫ ଶହରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ହେଉଥିବା ଭୋଟ ତାଲିକା ସଂଶୋଧନ ସଂଘ ଫର୍ମ-୬କୁ ନେଇ ହୋଇଥିବା ପରିବର୍ତ୍ତନରୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା । ସୁରକ୍ଷା ବାହିନୀ ପକ୍ଷରୁ ଡ୍ରୋନ ମାଧ୍ୟମରେ ସ୍ଥାନଗୁଡିକ ଉପରେ କଡା ନଜର ରଖାଯାଇଥିବା ବେଳେ ଗଣତନ୍ତ୍ରର ମୂଳଦୁଆକୁ ବଞ୍ଚାଇବା ପାଇଁ ଏସଆଇଆର ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ କଂଗ୍ରେସ ଦାବି ଦୋହରାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking