ଭୁବନେଶ୍ୱର: ସକାଳୁ ସକାଳୁ ବନ୍ଦର ପ୍ରଭାବ । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ରାସ୍ତାରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନରେ କଂଗ୍ରେସକର୍ମୀଙ୍କ ବିକ୍ଷୋଭ।ବିକ୍ଷୋଭରେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତାମାନେ। ସେପଟେ ରାଜଧାନୀର ଫାୟାର ଷ୍ଟେସନ ଛକରୁ ବରମୁଣ୍ଡା ଦିଗକୁ ଗାଡି ଅଟକି ରହିଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ସକାଳୁ ବରମୁଣ୍ଡା ବସଷ୍ଟାଣ୍ଡରୁ ବସ ଚଳାଚଳ ସ୍ୱାଭାବିକ ଥିଲା । ଯାତ୍ରୀଙ୍କୁ ନେଇ ବସଗୁଡିକ ବାହାରିଥିଲେ । ହେଲେ ଫାୟାର ଷ୍ଟେସନ ଛକରେ ପହଞ୍ଚିବା ପରେ ଅଟକି ରହିଛି ଗାଡି । ଫଳରେ ରାସ୍ତାରେ ଫସିଛନ୍ତି ଯାତ୍ରୀ । ଅନେକ ଯାତ୍ରୀଙ୍କୁ ଯାତାୟତରେ ଅସୁବିଧାର ସାମ୍ନା କରିବାକୁ ପଡୁଛି । କେବଳ ଭୁବନେଶ୍ୱର ନୁହେଁ, କଟକ ବସଷ୍ଟାଣ୍ଡ ରୁ ମଧ୍ୟ ବସ ଚଳାଚଳ ପ୍ରଭାବିତ ହୋଇଛି । ବସ ନଗଡିବାରୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ସେପଟେ ମାଲକାନଗିରି , ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ବନ୍ଦ ପାଳନର ଚିତ୍ର ସାମ୍ନାକୁ ଆସିଛି । କେଉଁଠି ରାସ୍ତା ଅବରୋଧ କରାଯାଉଛି ତ ଆଉ କେଉଁଠି ଗାଡି ଚଳାଚଳକୁ ବିରୋଧ କରାଯାଉଛି ।










