ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଅକଭାନ ଗତିପଥ ପରିବର୍ତ୍ତନ ପରେ ମୁକାବିଲା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପାଇଁ ୮ ଜିଲ୍ଲାରେ ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଏସଆରସି। ୧୯ରୁ ୨୧ ଯାଏଁ ଏହି ଛୁଟି ଘୋଷଣା କରାଯାଇଛି।ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡା, କନ୍ଧମାଳ, ଜଗତସିଂହପୁର, ଖୋର୍ଦ୍ଧା, ମାଲକାନଗିରି ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି। ଖୋର୍ଦ୍ଧା ଓ ମାଲକାନଗିରି ଜିଲାରେ ୧୯ ଓ ୨୦ ତାରିଖ ଛୁଟି ଘୋଷଣା କରାଯାଇଛି। ଅନ୍ୟ ୬ଟି ଜିଲ୍ଲାରେ ୧୯ରୁ ୨୧ ଯାଏଁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ।
ବାତ୍ୟାର ଗତିପଥ ନେଇ IMDର ନୂଆ ଆକଳନ ପରେ ଉପକୂଳ ଅଞ୍ଚଳରେ ଚିନ୍ତା ବଢ଼ିଛି। ପୂର୍ବରୁ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବା ଆକଳନ କରାଯାଉଥିବା ବେଳେ ଏବେ ୯୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବା ଆଶଙ୍କା ରହିଛି। ନଭେମ୍ବର ୧୯ରୁ ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଗଜପତିକୁ ରେଡ୍ ଜୋନରେ ରଖାଯାଇଛି। କୋରାପୁଟ, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଅରେଞ୍ଜ୍ ଜୋନ ଏବଂ ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ୟେଲୋ ଜୋନରେ ରହିଛି।










