ନୂଆଦିଲ୍ଲୀ: ଆଇସିସି ଚେୟାରମ୍ୟାନ ପଦ ବଜାୟ ରଖିଲେ ଜୟ ଶାହ । ନିର୍ଦ୍ଦେଶକମାନଙ୍କ ବୋର୍ଡ ମିଟିଂରେ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ନିଆଯାଇଛି । ଦ୍ୱିତୀୟ ଥର ଚେୟାରମ୍ୟାନ ପଦ ପାଇଁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ଶାହ । ଭରସା କରିଥିବାରୁ ସମସ୍ତ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଲେ ଜୟ ଶାହ । ଆଇସିସି ଏକ ବିବୃତ୍ତି ଜାରି କରି କହିଛି ଯେ ବୋର୍ଡ ଜୟ ଶାହ ଏବଂ ତାଙ୍କ ନେତୃତ୍ୱ ଉପରେ ପୁନଃ ବିଶ୍ୱାସ ପ୍ରକଟ କରିଛି ଏବଂ ଜୟ ଶାହ ଦାୟିତ୍ୱରେ ରହିବା ସହିତ, କ୍ରିକେଟର ବିଶ୍ୱ ପ୍ରସାର ନୂତନ ଶିଖରରେ ପହଞ୍ଚିବା ଜାରି ରହିଛି। ବୋର୍ଡ ଏହା ମଧ୍ୟ କହିଛି ଯେ ଜୟ ଶାହଙ୍କ ପୁନଃନିଯୁକ୍ତି ତାଙ୍କ ନେତୃତ୍ୱ ଉପରେ ସେମାନଙ୍କର ବିଶ୍ୱାସର ସ୍ତରକୁ ପ୍ରତିଫଳିତ କରେ ଏବଂ କ୍ରିକେଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଦୃଢ଼ ନେତୃତ୍ୱ ସୁନିଶ୍ଚିତ କରିବ।










