24.1 C
Bhubaneswar
Saturday, November 14, 2026
Homeଓଡିଶାସାମ୍ଭାବ୍ୟ ବାତ୍ୟା: ୧୭ରୁ ୨୦ ଯାଏ ସମୁଦ୍ରକୁ ଯିବା ମନା

ସାମ୍ଭାବ୍ୟ ବାତ୍ୟା: ୧୭ରୁ ୨୦ ଯାଏ ସମୁଦ୍ରକୁ ଯିବା ମନା

ଭୁବନେଶ୍ୱର : ଆସନ୍ତା ୧୬ ତାରିଖରେ ସମୁଦ୍ରରେ ବାତ୍ୟା ରୂପ ନେବ ଏବଂ ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଇଛି । ଏନେଇ ୧୭ରୁ ୨୦ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ସମ୍ଭାବ୍ୟ ବାତ୍ୟାକୁ ନେଇ SRCଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଯେଉଁମାନେ ସମୁଦ୍ରରେ ଅଛନ୍ତି ୧୫ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ପବନର ବେଗ ୪୫ରୁ ୫୫ କିମି ପର୍ଯ୍ୟନ୍ତ ରହିଛି । ଝଟ୍‌କା ପବନ ୬୫ କିମି ପର୍ଯ୍ୟନ୍ତ ଯିବା ନେଇ IMD ସୂଚନା ଦେଇଛି  । ତେବେ ଆସନ୍ତା ୧୮ ତାରିଖ ପାଇଁ ୪ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି ।

ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ ୧୯ ତାରିଖ ପାଇଁ କନ୍ଧମାଳ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ଅରେଞ୍ଜ୍‌ ଓ୍ବାର୍ନିଂ ଜାରି କରାଯାଇଛି । ଖୋର୍ଦ୍ଧା, କଟକ, ନୟାଗଡ଼, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ୍‌ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ  ଆସନ୍ତା ୨୦ ତାରିଖ ପାଇଁ ମଧ୍ୟ ଅଧିକାଂଶ ଜିଲାକୁ ୟେଲୋ ଓ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking