22.1 C
Bhubaneswar
Sunday, November 15, 2026
Homeଓଡିଶାସାମାନ୍ୟ ବଚସା: ବଡ ଭାଇକୁ ପିଟି ପିଟି ମାରିଦେଲା ସାନ ଭାଇ

ସାମାନ୍ୟ ବଚସା: ବଡ ଭାଇକୁ ପିଟି ପିଟି ମାରିଦେଲା ସାନ ଭାଇ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବାଲିପଟା ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ବଚସାକୁ ନେଇ ବଡ଼ଭାଇକୁ ଖଟ କାଠରେ ପିଟିପିଟି ସାନଭାଇ ହତ୍ୟା କରିଥିବା ଅଭିଯୋଗ । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ବାଲିପଟା ଗାଁର ଭୃମରାଜ ଓ ପ୍ରେମାନନ୍ଦ ଘରୁ ଖାଇସାରି ନିଜ କ୍ଷେତ ଘରକୁ ଶୋଇବା ପାଇଁ ଆସିଥିଲେ । ଦୁଇ ଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ପ୍ରେମାନନ୍ଦ ଉତ୍ତ୍ୟକ୍ତ ହୋଇ ଖଟ କାଠରେ ଭୃମରାଜ ମାଝୀଙ୍କୁ ପିଟିପିଟି ମାରି ଦେଇଥିବା ନିଜ ଗାଁ ଘରକୁ ଯାଇ କହିଥିଲେ । ଏବାପରେ ମୃତକଙ୍କ ବାପା ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପ୍ରେମାନନ୍ଦ ମାଝୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking