ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଏଥିସହ ଆସନ୍ତା ସୋମବାର ସୁଦ୍ଧା ମାମଲା ସମ୍ପର୍କିତ ଲିଖିତ ଯୁକ୍ତି ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଆଜି ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନର ଏକତ୍ର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା । ଶିବ ଶଙ୍କର ଦାସ, ମଦନ ମୋହନ ଦଳାଇ, ସୁନୀଲ କୁମାର ହୋତା, ଯୋଗେନ୍ଦ୍ର ରାଉତ, ବିପିନ ସ୍ୱାଇଁ ଓ କାଳୁ ଚରଣ ଭୂୟାଁଙ୍କ ଜାମିନ ଆବେଦନ ଉପରେ କୋର୍ଟରେ ଯୁକ୍ତି ଉପସ୍ଥାପନ ହୋଇଥିଲା । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଏବେ ସମସ୍ତଙ୍କ ନଜର ହାଇକୋର୍ଟଙ୍କ ପରବର୍ତ୍ତୀ ରାୟ ଉପରେ ରହିଛି ।










