ଭୁବନେଶ୍ୱର: ଆଠ ବର୍ଷ ପରେ ବାଜିବ କ୍ୟାମ୍ପସ ବିଗୁଲ । ଆଜି ଆସିବ ଛାତ୍ର ସଂସଦ ନିର୍ବାଚନ ତାରିଖ କିଛି ସମୟ ପରେ ପ୍ରକାଶ ପାଇପାରେ ଚୂଡାନ୍ତ ବିଜ୍ଞପ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେବଳ ତାରିଖ ଘୋଷଣାକୁ ଅପେକ୍ଷା ରହିଛି । ଦଶହରା ଛୁଟି ପୂର୍ବରୁ ନିର୍ବାଚନ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୧୭ରେ ଶେଷଥର ପାଇଁ ଅନୁଷ୍ଠିତ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । ସେବେଠୁ ସାରା ରାଜ୍ୟରେ କ୍ୟାମ୍ପସ ଇଲେକ୍ସନ ବନ୍ଦ ରଖିଥିଲେ ତତ୍କାଳୀନ ବିଜେଡି ସରକାର । କେବେ କ୍ୟାମ୍ପସର ସମସ୍ୟା ତ ଆଉ କେବେ କୋଭିଡ ଆଳ ଦେଖାଇ ନିର୍ବାଚନ ବନ୍ଦ ରଖାଯାଇଥିଲା । ୨୦୨୪ରେ ଶାସନକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ପୂର୍ବ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ପୂଜା ଛୁଟି ପୂର୍ବରୁ ନିର୍ବାଚନ ଶେଷ ସହ ଦାୟିତ୍ୱ ନେବେ ନୂଆ ଛାତ୍ର । ଏନେଇ କିଛି ସମୟ ପରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇପାରେ । ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭେଟିଛନ୍ତି ।










