32.1 C
Bhubaneswar
Saturday, October 10, 2026
Homeଓଡିଶାପାର୍ବଣ ଆରମ୍ଭରୁ ମାତିଲେଣି ଲୁଟେରା

ପାର୍ବଣ ଆରମ୍ଭରୁ ମାତିଲେଣି ଲୁଟେରା

ଭୁବନେଶ୍ୱର : ପାର୍ବଣ ଆରମ୍ଭରୁ ମାତିଲେଣି ଲୁଟେରା। କେଉଁଠି ଟଙ୍କା ବ୍ୟାଗ୍ ଲୁଟ୍, ତ ଆଉ କେଉଁଠି ସୁନା ଚେନ୍ ଲୁଟ୍। ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ବଢ଼ୁଛି ଲୁଟେରାଙ୍କ ଦୌରାତ୍ମ୍ୟ। ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ଲୁଟ୍ ଘଟଣା ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ। ଗତକାଲି ସନ୍ଧ୍ୟାରେ ଜଣେ ଏମ୍ ବିଏ ଛାତ୍ରୀଙ୍କଠାରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁଇ ଦୁର୍ବୃତ୍ତ। ଭରତପୁର ଥାନା କୋଲାଥିଆ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଛାତ୍ରୀ ଜଣକ ବସିଥିବା ବେଳେ ବାଇକ୍ ରେ ଆସିଥିଲେ ଦୁଇ ଲୁଟେରା। ଆଖି ପିଛୁଳାକେ ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking