32.1 C
Bhubaneswar
Saturday, October 10, 2026
Homeଦେଶ ବିଦେଶପାକିସ୍ତାନର ପରମାଣୁ ଧମକକୁ ଡରିବ ନାହିଁ ଭାରତ

ପାକିସ୍ତାନର ପରମାଣୁ ଧମକକୁ ଡରିବ ନାହିଁ ଭାରତ

ନୂଆଦିଲ୍ଲୀ : ପାକିସ୍ତାନର ପରମାଣୁ ବ୍ଲାକମେଲିଂ ଆଗରେ କେବେ ମୁଣ୍ଡ ନୁଆଁଇବ ନାହିଁ ଭାରତ। ଜାତିସଂଘ ମଞ୍ଚରେ ପାକିସ୍ତାନକୁ ଏଭଳି କଡ଼ା ଚେତାବନୀ ଦେଇଛି ନୂଆଦିଲ୍ଲୀ। ଜାତିସଂଘ ସାଧାରଣ ପରିଷଦର ପ୍ରଥମ କମିଟି ବୈଠକରେ ପାକିସ୍ତାନ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ନିଜର ‘ରାଇଟ୍ ଅଫ୍ ରିପ୍ଲାଏ’ ଅଧିକାର ବ୍ୟବହାର କରି ଏହାର ଦୃଢ଼ ଜବାବ ଦେଇଛି। ପରମାଣୁ ଅସ୍ତ୍ରକୁ ରାଷ୍ଟ୍ରନୀତି ପରିଚାଳନାର ସାଧାରଣ ଉପକରଣ ଭାବେ ବ୍ୟବହାର କରାଯିବା ଉଚିତ୍ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି।

ଜେନେଭାସ୍ଥିତ ନିରସ୍ତ୍ରୀକରଣ ସମ୍ମିଳନୀରେ ଭାରତର ସ୍ଥାୟୀ ମିଶନର ବରିଷ୍ଠ ପରାମର୍ଶଦାତା ଅନମୋଲ ଶେର ସିଂହ ବେଦୀ ଏହି ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଜମ୍ମୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଏବଂ ଅଭିନ୍ନ ଅଙ୍ଗ। ଏହାକୁ ନେଇ ପାକିସ୍ତାନର କୌଣସି ଅଯଥା ହସ୍ତକ୍ଷେପକୁ ଭାରତ ଗ୍ରହଣ କରିବ ନାହିଁ। ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ଭାରତୀୟ ଅଞ୍ଚଳଗୁଡ଼ିକୁ ତୁରନ୍ତ ଖାଲି କରି ଫେରାଇ ଦେବାକୁ ସେ ଦାବି କରିଛନ୍ତି। ଭାରତ ସବୁବେଳେ ଶାନ୍ତି ଓ ସ୍ଥିରତା ସପକ୍ଷରେ ରହିଆସିଛି। କୌଣସି ପଡ଼ୋଶୀ ଦେଶ ସହ ସଂଘର୍ଷ ଚାହୁଁନାହିଁ। କିନ୍ତୁ ଶାନ୍ତିର ଅର୍ଥ ଦୁର୍ବଳତା ନୁହେଁ। ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଲେ ଭାରତ ଉପଯୁକ୍ତ ଜବାବ ଦେବ ବୋଲି ବେଦୀ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking