ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାରୀ ଅନୁଦାନପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ପକ୍ଷରୁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଅକ୍ଟୋବର ୯ରେ ନୋମିନେସନ୍ ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହେବ । ୧୦ତାରିଖ ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର, ୩ଟାରେ ଆସିବ ଚୂଡ଼ାନ୍ତ ତାଲିକା । ୧୪ ତାରିଖରେ ଅନୁଷ୍ଠିତ ହେବ ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ । ଏହାପରେ ଅକ୍ଟୋବର ୧୫ରେ ଭୋଟଗ୍ରହଣ କରାଯିବ । ନିର୍ବାଚନରେ ବିଜୟୀ ହୋଇଥିବା ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଅକ୍ଟୋବର ୧୬ରେ ଶପଥ ଗ୍ରହଣ କରିବେ । ନିର୍ବାଚନ ତାରିଖ ଘୋଷଣା ପରେ କ୍ୟାମ୍ପସ୍ରେ ବହିଲାଣି ନିର୍ବାଚନୀ ହାୱା । ମେଳି ବାନ୍ଧିଲେଣି ଛାତ୍ରଛାତ୍ରୀ, ଗ୍ରାଉଣ୍ଡ୍ ପ୍ରସ୍ତୁତ କଲେଣି ଛାତ୍ରନେତା । ଦିନକ ପରେ ପ୍ରାର୍ଥୀପତ୍ର ଦାଖଲ କରାଯିବାକୁ ଥିବାରୁ କଲେଜ ଓ ୟୁନିଭର୍ସିଟି ଗୁଡ଼ିକରେ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ବ୍ୟସ୍ତ ବିଭିନ୍ନ ଛାତ୍ର ସଂଗଠନ । କ୍ୟାମ୍ପସରେ କେବଳ ଉତ୍ସାହ ନୁହେଁ, ଉତ୍ତେଜନା ବି ବଢ଼ିଛି । ଛାତ୍ର ସଂସଦ ନିର୍ବାଚନରେ ସମ୍ଭାବ୍ୟ ହିସାଂକୁ ନେଇ ସଜାଗ ରହିଛି ପୁଲିସ୍ ପ୍ରଶାସନ ।










