23.1 C
Bhubaneswar
Friday, November 20, 2026
Homeଓଡିଶାଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ! ପୁରୀରେ ହାଇ ଆଲର୍ଟ

ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ! ପୁରୀରେ ହାଇ ଆଲର୍ଟ

ଭୁବନେଶ୍ଵର : ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅକବାନ୍। ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ଅଗ୍ରସର ହେବ ବାତ୍ୟା। ବର୍ତ୍ତମାନ୍ ଏହା କଳିଙ୍ଗପଟ୍ଟନମ୍‌ରୁ ୪୪୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଗୋପାଳପୁରରୁ ୫୩୦କିମି ଦୂରରେ ରହିଥିବାବେଳେ ପୁରୀଠାରୁ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।

ସେପଟେ ବାତ୍ୟା ଅକବାନକୁ ନେଇ ସଜାଗ ହୋଇଛି ପୁରୀ ଜିଲ୍ଲା ପ୍ରଶାସନ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ସମୁଦ୍ର କୂଳରେ  ରେଡ୍ ଫ୍ଲାଗ୍ ଲଗାଇବା ସହ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । ଏପରିକି ସମୁଦ୍ର କୂଳରେ ବୁଲାବୁଲି ଉପରେ ମଧ୍ୟ ରୋକ୍ ଲଗାଯାଇଛି। ପର୍ଯ୍ୟଟକଙ୍କୁ ସଚେତନ କରିବା ସହ ଉଠା ଦୋକାନୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଦୋକାନ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି ପ୍ରଶାସନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking