23.1 C
Bhubaneswar
Friday, November 20, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ଚାଲିପାରିଲାନି ଗୃହ । ଧୋଇହୋଇଗଲା ପ୍ରଶ୍ନକାଳ । ସେହି ସମାନ ପ୍ରସଙ୍ଗ ,ବନ୍ୟା ମୁକାବିଲାରେ ସରକାର ଫେଲ ନାରାବିଜି କରି ବିଜେଡି ଅଭିଯୋଗ କରିଛି । ସେହିପରି କୋଟିଆ ପ୍ରସଙ୍ଗରେ ଗୃହରେ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି ଉଭୟ ବିଜେଡି, କଂଗ୍ରେସ ସଦସ୍ୟମାନେ ହାତରେ ପ୍ଲାକାର୍ଡ, ବ୍ୟାନର ଧରି ବନ୍ୟା ଓ କୋଟିଆ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ । ଫଳରେ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା । ଏନେଇ ବାଚସ୍ପତି ସୁରମାପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି । ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ୩୩ ଟି କାର୍ଯ୍ୟ ଦିବସ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking