କଟକ: ଐତିହାସିକ କଟକ ବାଲିଯାତ୍ରା ପଡିଆରେ ଉଡିବନି ଡ୍ରୋନ । ନୋ ଡ୍ରୋନ ଜୋନ ଘୋଷଣା କଲେ ଜିଲ୍ଲାପାଳ । ଉଭୟ ତଳ ଓ ଉପର ପଡିଆରେ ୫ କିମି ଯାଏଁ ବିଏନଏସଏସ ୧୬୩ ଧାରା ଲାଗୁ ହୋଇଛି । ଭିଭିଆଇପି ଓ ଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନର ନିଷ୍ପତ୍ତି । ନଭେମ୍ବର ୨୨ରୁ ଡିସେମ୍ବର ୩ ଯାଏଁ କଟକଣା ଜାରି କଲେ ଜିଲ୍ଲାପାଳ । ରାତି ୧୧ଟା ଯାଏଁ ଲାଉଡ ସ୍ପିକର ବ୍ୟବହାର ପାଇଁ ଅନୁମତି । ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ରାତି ୧୧ଟା ଯାଏଁ ଅନୁମତି ।










