22.1 C
Bhubaneswar
Friday, November 20, 2026
Homeଓଡିଶା୨୦୨୨୦-୨୧ରୁ ୨୦୨୫-୨୬ ବର୍ଷ ମଧ୍ୟରେ ମାଛ ଉତ୍ପାଦନର ହାର ୬.୪୨ ପ୍ରତିଶତ ବୃଦ୍ଧି

୨୦୨୨୦-୨୧ରୁ ୨୦୨୫-୨୬ ବର୍ଷ ମଧ୍ୟରେ ମାଛ ଉତ୍ପାଦନର ହାର ୬.୪୨ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ମାଛ ଓ ଅଣ୍ଡାର ଚାହିଦା ସଂପର୍କରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଛନ୍ତି, ରାଜ୍ୟରେ ୨୦୧୪-୧୫ ରୁ ୨୦୧୯-୨୦ ବର୍ଷ ମଧ୍ୟରେ ୩୮,୫୯,୩୦୯ ମେଟ୍ରିକ ଟନ ମାଛ ଉତ୍ପାଦନ ହୋଇଥିଲା, ଓଡ଼ିଶା ବାହାରୁ ୨,୫୬, ୧୭୧ ମାଛ ଆମଦାନୀ ହୋଇଥିଲା ଏବଂ ଏହି ସମୟରେ ୩୧,୧୬,୫୪୪ ମେଟ୍ରିକ ଟନ ମାଛ ଆବଶ୍ୟକତା ହୋଇଥିଲା । ଏହାର ଏକ ତଥ୍ୟ ପରିଶିଷ୍ଟ-‘କ’ ରେ ସଂଲଗ୍ନ କରାଗଲା । ସେହିପରି ରାଜ୍ୟରେ ୨୦୧୪-୧୫ ରୁ ୨୦୧୯-୨୦ ବର୍ଷ ମଧ୍ୟରେ ମୋଟ ୧୨୬୧୫୧.୬ ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଥିଲା । ଓଡ଼ିଶାରେ ୨୦୨୦-୨୧ ରୁ ୨୦୨୫-୨୬ ବର୍ଷ ମଧ୍ୟରେ ଘରୋଇ ଅଣ୍ଡା ଆମଦାନୀକାରୀ ତଥା NECC ଆକଳନ ଅନୁସାରେ ୨୦୨୩-୨୪, ୨୦୨୪-୨୫, ୨୦୨୫-୨୬ ଆର୍ଥିକ ବର୍ଷରେ ଯଥାକ୍ରମେ ୧୧୭ କୋଟି, ୧୨୬ କୋଟି ଏବଂ ୧୩୫ କୋଟି ଅଣ୍ଡା ଆମଦାନୀ ହୋଇଛି । ଏହାର ଏକ ତୁଳନାତ୍ମକ ଚିତ୍ର ପରିଶିଷ୍ଟ-‘ଖ’ ରେ ସଂଲଗ୍ନ କରାଗଲା ।

(ଖ) ରାଜ୍ୟରେ ୨୦୨୦-୨୧ ରୁ ୨୦୨୫-୨୬ ବର୍ଷ ମଧ୍ୟରେ ୬୫,୦୧, ୩୪୫ ମେଟ୍ରିକ ଟନ ମାଛ ଉତ୍ପାଦନ ହୋଇଛି, ଓଡ଼ିଶା ବାହାରୁ ୨,୨୧,୭୨୨ ମେଟ୍ରିକ ଟନ ମାଛ ବାହାର ରାଜ୍ୟରୁ ଆମଦାନୀ ହୋଇଛି । ସେହିପରି ୨୦୨୦-୨୧ରୁ ୨୦୨୫-୨୬ ମଧ୍ୟରେ ଏଣ୍ଡା ଉତ୍ପାଦନ ଓ ଆମଦାନୀର ତାଲିକା ପ୍ରଦାନ କରିଛନ୍ତି । ଆମ ରାଜ୍ୟରେ ମାଛ ଉତ୍ପାଦନ ର ହାର କମିବାର କୌଣସି ତଥ୍ୟ ନାହିଁ । ୨୦୨୨୦-୨୧ରୁ ୨୦୨୫-୨୬ ବର୍ଷ ମଧ୍ୟରେ ମାଛ ଉତ୍ପାଦନର ହାର ୬.୪୨ ପ୍ରତିଶତ ବୃଦ୍ଧି ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking