23.1 C
Bhubaneswar
Wednesday, November 18, 2026
Homeଓଡିଶାଓଡ଼ିଶାରେ MSME ପ୍ରୋତ୍ସାହନ ପାଇଁ ଏଯାଏ ୭୯ ଜଣ SC/ST ଉଦ୍ୟୋଗୀ

ଓଡ଼ିଶାରେ MSME ପ୍ରୋତ୍ସାହନ ପାଇଁ ଏଯାଏ ୭୯ ଜଣ SC/ST ଉଦ୍ୟୋଗୀ

ଭୁବନେଶ୍ୱର : SC/ST ସଖା ଗଠନ ସମ୍ପର୍କରେ ରଣେନ୍ଦ୍ର ପ୍ରତାପ ସ୍ପାଇଁ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀଙ୍କୁ ଗୃହରେ ପ୍ରଶ୍ନ କରିଛନ୍ତି ଯେ ଓଡିଶାରେ MSME ପ୍ରୋତ୍ସାହନ ପାଇଁ କେତେଜଣ SC/ST ବର୍ଗର ଉଦ୍ୟୋଗୀଙ୍କ PMEGEP-1ରୁ PMEGEP-2 କୁ ଉତ୍ତୀର୍ଣ୍ଣ କରାଯାଇଅଛି ତାହାର ଏକ ଜିଲ୍ଲାୱାରୀ ତାଲିକା ଦେବା ସହ MSME Policy-2016ରେ SC/ST ଉଦ୍ୟୋଗୀଙ୍କୁ 4% Procurement ସଂରକ୍ଷଣକୁ ହଟାଇବାର ମୁଖ୍ୟ କାରଣ କଣ ଓ New MSME policyରେ SC/ST ଉଦ୍ୟୋଗୀଙ୍କ ବିକାଶ ନିମନ୍ତେ କଣ ପ୍ରାବଧାନ କରାଯାଇଛି ତାହା ଜଣାଇବେ କି ? ଅଦ୍ୟାବଧି SC/ST ଉଦ୍ୟୋଗୀଙ୍କୁ କେତେ ପରିମାଣରେ IDCO ସଂସ୍ଥା ତରଫରୁ ରିହାତି ମୂଲ୍ୟରେ ଜମି ଯୋଗାଇ ଦିଆଯାଇଛି, ତାହାର ଏକ ବିବରଣୀ ପ୍ରଦାନ କରିବା ସହ ଓଡ଼ିଶାରେ MSME ପ୍ରୋତ୍ସାହନ ପାଇଁ କେତେଜଣ SC/STଙ୍କStartup ଓଡ଼ିଶାରେ ପଞ୍ଜିକରଣ କରି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଅଛି ତାହାର ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିବେ କି ଏବଂ SC/ST ଉଦ୍ୟୋଗୀଙ୍କ ବିକାଶ ନିମନ୍ତେ MSME ବିଭାଗରେ ବର୍ତ୍ତମାନ ସୁଦ୍ଧା SC/ST ଶାଖା ଗଠନ କରାଯାଇନଥିବାର କାରଣ ଜଣାଇବେ କି ?

ବିଧାୟକଙ୍କ ପ୍ରଶ୍ନ ର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଓଡିଶା ରେ MSME ପ୍ରୋତ୍ସାହନ ପାଇଁ ଗତ ୧୦ ବର୍ଷ ମଧ୍ୟରେ PMEGP ଯୋଜନାରେ ୦୯ ଜଣ SC/ST ବର୍ଗର ଉଦ୍ୟୋଗୀ ଙ୍କୁ PMEGP-1ରୁ PMEGP-2 କୁ ଉତ୍ତୀର୍ଣ୍ଣ କରାଯାଇଅଛି | ଏହାର ଜିଲ୍ଲାୱାରୀ ତାଲିକା ନିମ୍ନରେ ପ୍ରଦାନ କରାଗଲା Odisha Procurement Preference Policy for MSEs-2015 ଅଧୀନରେ ସେବା କ୍ରୟ ପାଇଁ SC/ST ଉଦ୍ୟୋଗୀମାନଙ୍କୁ ଦିଆଯାଉଥିବା 4% ସଂରକ୍ଷଣ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ତେବେ ଦ୍ରବ୍ୟ କ୍ରୟ କ୍ଷେତ୍ରରେ ସରକାର ନୂତନ “ଓଡ଼ିଶା ସାମଗ୍ରୀ କ୍ରୟ ଅଗ୍ରାଧିକାର ନୀତି ୨୦୨୩” ପ୍ରଣୟନ କରିଛନ୍ତି। ଏହି ନୀତି ଅଧୀନରେ ରାଜ୍ୟର ସମସ୍ତ ବର୍ଗର ଉଦ୍ୟୋଗୀଙ୍କୁ ମୂଲ୍ୟ ପ୍ରାଥମିକତା, କ୍ରୟ ପ୍ରାଥମିକତା, EMD ଛାଡ, ଟେଣ୍ଡର ମୂଲ୍ୟ ଛାଡ ଇତ୍ୟାଦି ସୁବିଧାର ପ୍ରାବଧାନ ରହିଛି । ଓଡ଼ିଶାରେ MSME ପ୍ରୋତ୍ସାହନ ପାଇଁ ଅଦ୍ୟାବଧୂ ୭୯ ଜଣ SC/ST ଉଦ୍ୟୋଗୀ, Startup ଓଡ଼ିଶାରେ ପଞ୍ଜୀକୃତ ହୋଇଛନ୍ତି ଏବଂ ୧୧ଟି Startup ପ୍ରୋତ୍ସାହନ ରାଶି ପାଇଛନ୍ତି । ଏହାର ଏକ ବିସ୍ତ୍ରୁତ ବିବରଣୀ ପରିଶିଷ୍ଟ-“କ” ରେ ସଂଲଗ୍ନ କରାଗଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking