23.1 C
Bhubaneswar
Wednesday, November 18, 2026
Homeଓଡିଶାଓଇଆରସିରେ ଅଧିକାରୀଙ୍କ ପାଇଁ ରେଗୁଲେସନସ ମାଧ୍ୟମରେ ନିଯୁକ୍ତିର ବ୍ୟବସ୍ଥା ରହିଛି

ଓଇଆରସିରେ ଅଧିକାରୀଙ୍କ ପାଇଁ ରେଗୁଲେସନସ ମାଧ୍ୟମରେ ନିଯୁକ୍ତିର ବ୍ୟବସ୍ଥା ରହିଛି

ଭୁବନେଶ୍ୱର : ଅଧିକାରୀଙ୍କୁ ଡ଼େପୁଟେସନ ଭିତ୍ତିରେ ନିଯୁକ୍ତି ସମ୍ପର୍କରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ (ଓଇଆରସି) କାର୍ଯ୍ୟାଳୟରେ ମାନବ ସମ୍ବଳ ନିଯୁକ୍ତ ପାଇଁ ରାଜ୍ୟସରକାରଙ୍କ ଅନୁମୋଦନ ପ୍ରୟୋଜନ ଥିବା ବିଦ୍ୟୁତ ଆଇନ 2003 ର ଧାରା ୯୧ରେ କୁହାଯାଇଥିବା ବେଳେ କେଉଁ ନିୟମ ବଳରେ ଓଇଆରସି ସିଧା ଓପିଟିସିଏଲ (ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ) ଅଧିକାରୀଙ୍କୁ ଡେପୁଟେସନ ଭିଭିଡେ ନିଯୁକ୍ତ କରୁଛନ୍ତି ଏବଂ ଓଇଆରସି କାର୍ଯ୍ୟାଳୟକୁ ଚଳାଇବା ପାଇଁ ରାଜ୍ୟ ସରକାର କେତେ ସଂଖ୍ୟ କର୍ମଚାରୀ ଓ ଅଧିକାରୀକୁ ନିଯୁକ୍ତ କରିବା ପାଇଁ ଅନୁମୋଦନ କରିଛନ୍ତି; ବର୍ତ୍ତମାନ ଓଇଆରସି କାର୍ଯ୍ୟାଳୟରେ କେତେ ସଂଖ୍ୟକ କର୍ମଚାରୀ/ଅଧିକାରୀ କାମ କରୁଛନ୍ତି; ସେମାନଙ୍କର ନାମ   ପଦବୀର ଏକ ତାଲିକା ଦେବା ସହ ଅଦ୍ୟାବଧି କେତେ ପଦବୀ ଖାଲି ରହିଛି ?ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ରେ ଅଧିକାରୀ ଓ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଓଇଆରସି ରେଗୁଲେସନସ ମାଧ୍ୟମରେ ନିଯୁକ୍ତିର ବ୍ୟବସ୍ଥା ରହିଛି ।ଆୟୋଗରେ ମଞ୍ଜୁରୀପ୍ରାପ୍ତ, କାର୍ଯ୍ୟରତ ଓ ଖାଲି ପଦବୀର ବିବରଣୀ ପରିଶିଷ୍ଟ-‘କ’ ରେ ଏବଂ ବର୍ତ୍ତମାନ କାର୍ଯ୍ୟରତ ଅଧିକାରୀ/କର୍ମଚାରୀଙ୍କ ନାମ ଓ ପଦବୀର ତାଲିକା ପରିଶିଷ୍ଟ-‘ଖ’ ରେ ପ୍ରଦାନ କରାଗଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking