ସମ୍ବଲପୁର: ଛାତିଥରା ଦୁର୍ଘଟଣା । ସ୍କୁଲରେ ନାତିକୁ ଛାଡିବାକୁ ଯାଉଥିବା ବେଳେ ଅଜା ଓ ନାତି ଚାଲିଗଲା ଜୀବନ । ଅଜଣା ଟ୍ରକ ଧକ୍କାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲାରେ ଘଟିଛି । ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ବାବୁବନ୍ଧ ନିକଟ ସାନଟିକ୍ରା ଗ୍ରାମର ପଣ୍ଡିତ ନିରଞ୍ଜନ ଷଡଙ୍ଗୀ ନିଜ ନାତିକୁ ସ୍କୁଲ ବସରେ ଛାଡିବା ପାଇଁ ଯାଉଥିଲେ । ଏହି ସମୟରେ ଉଭୟ ରାସ୍ତା ପାର ହେଉଥିବା ବେଲେ ଏକ ଅଜଣା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଟ୍ରକ ଧକ୍କା ଏତେ ଭୟଙ୍କର ଥିଲା ଯେ, ଅଜା ଓ ନାତି ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଦୁଃଖ ର କଥା ଯେ, ଅଜା ନାତିଙ୍କ ମୃତ୍ୟୁ ଖବର ଶୁଣି ସାନଟିକ୍ର ଗ୍ରାମ ସମେତ ପାଖାପାଖି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।










