23.1 C
Bhubaneswar
Saturday, November 21, 2026
Homeଓଡିଶାଆଖି ବୁଜିଲେ ଅର୍ଦ୍ଧଦଗ୍ଧ ଯୁବତୀ

ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ଯୁବତୀ

ଭୁବନେଶ୍ୱର: ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ଯୁବତୀ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଯୁବତୀ । ମୃତ ଯୁବକ ଜଣକ ଯାଜପୁର ବଡଚଣା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଗତକିଛି ଦିନ ତଳେ ଭୁବନେଶ୍ୱର ପଥରଗାଡିଆ ରାସ୍ତାରେ ପୋଡି ହୋଇ ସେ ଗୁରୁତର ହୋଇଥିଲେ । ଇନଫୋସିଟି ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲା । ଯୁବତୀଙ୍କ ଶରୀର ପାଖାପାଖି ୯୦ ପ୍ରତିଶତ ଜଳିଯାଇଥିବା କୁହାଯାଉଛି । ଏହି ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ଅଟକ ରହିଥିଲେ । ତେବେ ଯୁବତୀ ଜଣକ କାହିଁକି ନିଜ ଦେହରେ ନିଆଁ ଲଗାଇଲେ ଏନେଇ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking