23.1 C
Bhubaneswar
Friday, November 20, 2026
Homeଓଡିଶାପୁରୀରେ ଅଶାନ୍ତ ସମୁଦ୍ର: ଭୟରେ ଘର ଛାଡିଲେ ଗ୍ରାମବାସୀ

ପୁରୀରେ ଅଶାନ୍ତ ସମୁଦ୍ର: ଭୟରେ ଘର ଛାଡିଲେ ଗ୍ରାମବାସୀ

ପୁରୀ: ବାତ୍ୟାକୁ ନେଇ ଛନକା । ଭୟରେ ଘରଦ୍ୱାର ଛାଡିଲେ ଗ୍ରାମବାସୀ । ଘରେ ତାଲା ପକାଇ ପୁଲିସ ସହାୟତାରେ ଆସିଲେ ବାତ୍ୟା ଆଶ୍ରୟସ୍ଥଳୀ । ପୁରୀ ସଦର ବ୍ଲକ ବେଲଦଳ ପଞ୍ଚାୟତର ବେଲଦଳ ମୋହିନୀପୁର ଗାଁର ୬୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ସମ୍ଭାବ୍ୟ ବାତ୍ୟାର ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଘର ଛାଡିବାକୁ ଅମଙ୍ଗ ହେଉଥିବା ଲୋକଙ୍କୁ ପୁଲିସ ସହାୟତାରେ ବୁଝାସୁଝା କରି ଆଶ୍ରୟସ୍ଥଳୀ ଅଣାଯାଇଛି । ସେପଟେ ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଶୁଖିଲା ଖାଦ୍ୟଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking