ଭୁବନେଶ୍ୱର : ରାଜ୍ୟରେ ସଡ଼କ ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ଉଦ୍ବେଗଜନକ ତଥ୍ୟ । ସଡ଼କ ଦୁର୍ଘଟଣା ନେଉଛି ହଜାର ହଜାର ଜୀବନ । ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ହାରାହାରି ୫ ହଜାର ୭୮୨ ଜଣଙ୍କ ମୃତ୍ୟୁ ହେଉଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ବ୍ଲାକ୍ ସ୍ପଟ୍ ମଧ୍ୟ ପାଲଟିଛି ଚିନ୍ତାର କାରଣ । ରାଜ୍ୟରେ ଚିହ୍ନଟ ହୋଇଛି ମୋଟ ୩୨୫ଟି ବ୍ଲାକ୍ ସ୍ପଟ୍ । ଏଥିମଧ୍ୟରୁ ଜାତୀୟ ରାଜପଥରେ ୨୫୭ଟି ଏବଂ ରାଜ୍ୟ ରାଜପଥରେ ୬୮ଟି ବ୍ଲାକ୍ ସ୍ପଟ୍ ରହିଛି । ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ଲିଖିତ ଉତ୍ତରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଯାଉଛି ୫ ହଜାର ୭୮୨ ଜଣଙ୍କ ଜୀବନ । ଅନ୍ୟପଟେ ରାଜ୍ୟରେ ମୋଟ ୩୨୫ଟି ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଛି ।ଏହା ମଧ୍ୟରୁ ଜାତୀୟ ରାଜପଥରେ ସର୍ବାଧିକ ୨୫୭ଟି ବ୍ଲାକ୍ ସ୍ପଟ୍ ରହିଥିବା ବେଳେ ରାଜ୍ୟ ରାଜପଥରେ ରହିଛି ୬୮ଟି । ଜିଲ୍ଲାୱାରୀ ତଥ୍ୟ ଦେଖିଲେ, ମୟୂରଭଞ୍ଜରେ ସର୍ବାଧିକ ୩୩ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଛି । ସେହିପରି କଟକ ଓ ଅନୁଗୁଳରେ ୨୫ଟି ଲେଖାଏଁ ଏବଂ ଖୋର୍ଦ୍ଧାରେ ୨୨ଟି ବ୍ଲାକ୍ ସ୍ପଟ୍ ରହିଛି ।










