23.1 C
Bhubaneswar
Friday, November 20, 2026
Homeଦେଶ ବିଦେଶଶସ୍ତା ହୋଇଗଲା ସୁନା-ରୁପା: ୪ କ୍ୟାରେଟ ସୁନା ଦର...

ଶସ୍ତା ହୋଇଗଲା ସୁନା-ରୁପା: ୪ କ୍ୟାରେଟ ସୁନା ଦର…

ନୂଆଦିଲ୍ଲୀ: ସୁନା ଏବଂ ରୁପା ଦର କ୍ଷୀପ୍ର ବେଗରେ ତଳକୁ ଖସିଚାଲିଛି। ସମ୍ପ୍ରତି ୧୮ କ୍ୟାରେଟ ସୁନା ୯୮,୦୦୦ ଟଙ୍କାକୁ ଖସିଆସିଲାଣି। ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୧୮ କ୍ୟାରେଟ ସୁନା ଦର ୧୯୨୦ ଟଙ୍କା ହ୍ରାସ ପାଇ ୯୮,୦୨୦ ଟଙ୍କା ହୋଇଛି। ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୨୩୫୦ ଟଙ୍କା ଏବଂ ୨୫୭୦ ଟଙ୍କା ହ୍ରାସ ଘଟିଛି। ଫଳରେ ଉଭୟ ଯଥାକ୍ରମେ ୧,୧୯, ୮୦୦ ଟଙ୍କା ଏବଂ ୧,୩୦, ୬୯୦ ଟଙ୍କାକୁ ଖସିଆସିଛି।

୪ ଦିନରେ ରାଜଧାନୀରେ ୨୪ କ୍ୟାରେଟ୍ ସୁନା ଦର ପାଖାପାଖି ୭,୦୦୦ ଟଙ୍କା ଶସ୍ତା ହୋଇଛି। ୧.୧୯ ଲକ୍ଷ ତଳକୁ ଖସିଯାଇଛି ୨୨ କ୍ୟାରେଟ ସୁନା ଦର । ୧୪ ମାସର ସର୍ବନିମ୍ନ ସ୍ତରରେ ଏହା ପହଞ୍ଚିଛି। କିଲୋଗ୍ରାମ ପିଛା ରୁପା ୫୦୦୦ ଟଙ୍କା ଶସ୍ତା ହୋଇ ୧,୮୦,୦୦୦ ଟଙ୍କାକୁ ଖସିଆସିଛି। ନଭେମ୍ବର ୧୧ରୁ ୨୫,୦୦୦ ଟଙ୍କା ହ୍ରାସ ପାଇଛି ରୁପା ଦର।ଇଣ୍ଡିଆନ ବୁଲିୟନ ଆଣ୍ଡ୍ ଜ୍ୱେଲର୍ସ ଆସୋସିଏସନ୍( ଆଇବିଜେଏ) ଅନୁସାରେ, ଗୁରୁବାର ଜାତୀୟ ସ୍ତରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧,୧୭୯ ଟଙ୍କା ଖସି ୧.୩୦ ଲକ୍ଷ ଟଙ୍କାକୁ ଆସିଯାଇଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨,୧୫୮ ଟଙ୍କା ଖସି ୧.୬୨ ଲକ୍ଷ ଟଙ୍କା ହୋଇଛି। ସୁନା ଓ ରୁପା ଦର ଖସିବାର ଅନେକ କାରଣ ରହିଛି। ଅନ୍ତର୍ଜାତୀୟ ବଜାରରେ ଡଲାର ମଜଭୁତ ହେବା ଏବଂ ଉଚ୍ଚ ଦରରେ ନିବେଶକଙ୍କ ଦ୍ୱାରା ପ୍ରଫିଟ ବୁକିଂ ଯୋଗୁ ଦର ଖସୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking