ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନ ଗଣତାନ୍ତ୍ରିକ ପଦ୍ଧତିକୁ ବିଜେପି ଦଳର ପ୍ରତକ୍ଷ ସହଯୋଗରେ ଧୂଳିସାତ କରିବାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସିର ବରିଷ୍ଠ ମୁଖପତ୍ର ରଜନୀ କୁମାର ମହାନ୍ତି ନିଜ ବକ୍ତବ୍ୟ ଉପସ୍ଥାପନ କରି କହିଲେ, ପ୍ରଥମଥର ଭୋଟର ମାନଙ୍କ ନାଁ ପରିବର୍ତନ କରିବା ପାଇଁ ଯେଉଁ ପଞ୍ଜିକରଣର ପରିବର୍ତନ କରା ଯାଇଥିଲା ତାର ପର୍ଦାଫାଶ ଆଜି ହେଇସାରିଛି l ବାରମ୍ବାର ଜ୍ଞାନେଶ କୁମାର ପ୍ରେସ କନଫରେନ୍ସ କରି ସେପ୍ଟେମ୍ବର 26,2026 ରେ କହିଥିଲେ ଯେ, ଫର୍ମ 6 ରେ ଯେଉଁ ପରିବର୍ତନ କରlଯାଇଛି ତାହା ସୁପ୍ରିମକୋର୍ଟର ଅନୁମତି ପରେ ବା ଅନୁମୋଦନ ପରେ କରାଯାଇଛି କିନ୍ତୁ ଗତକାଲି 4-10-26 ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡ. ସୂର୍ଯ୍ୟକାନ୍ତ କହିଲେ ଯେ ଫର୍ମ 6 ର କୋଣସି ପ୍ରକାର ପରିବର୍ତନ ପାଇଁ ଆମ ପାଖରୁ ଅନୁମତି ଵା ଅନୁମୋଦନ ନିଆଯାଇନାହିଁ ଏହିଥିରୁ ସ୍ପଷ୍ଟ ଭାବରେ ବୁଝାପଡୁଛି ଯେ ଜ୍ଞାନେଶ କୁମାର ନିଜେ ଏକତରଫl ଫର୍ମ 6 ର ପରିବର୍ତନ ପାଇଁ ନିଷ୍ପତି ନେଇଛନ୍ତି l ଯାହା ବେନିୟମ ଓ ଅସମ୍ବିଧାନିକ l ତାଙ୍କ ଏଭଳି କାର୍ଯ୍ୟପାଇଁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ଏବଂ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମକଦ୍ଦମା ଚାଲୁ କରାଯିବା ପାଇଁ ରାଜ୍ୟ କଂଗ୍ରେସର ମୁଖ୍ୟ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଦାବି କରିଛନ୍ତି l ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ ଯେ, ଲୋକସଭାର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ବାରମ୍ବାର ଭୋଟ ଚୋରି ଏବଂ ଜ୍ଞାନେଶ କୁମାର ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଫର୍ମ 6 ର ପରିବର୍ତନକୁ ନେଇ ସେ ଯେଉଁ ପ୍ରଶ୍ନ କରୁଥିଲେ ତାହା ଏବେ ପ୍ରମାଣିତ ହେଲା l କିନ୍ତୁ ଏସବୁସତ୍ୱେ ମଧ୍ୟ ଭାରତୀୟ ଜନତାଦଳର ମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଏବଂ ଗୃହମନ୍ତ୍ରୀ କାହିଁକି କାହା ସ୍ୱାର୍ଥରେ ଶ୍ରୀ ଜ୍ଞାନେଶ କୁମାରଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି l ଭାରତବର୍ଷର ଗଣତନ୍ତ୍ର ଏବଂ ଭାରତବର୍ଷର ସମ୍ବିଧାନର ସୁରକ୍ଷା ପ୍ରଥମେ ନା ନିଜର ରାଜନୀତିକ ଦଳର ଉଦ୍ଧାର ପ୍ରଥମେ ବୋଲି ପ୍ରଶ୍ନ ପଚାରି ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରିବାକୁ କଂଗ୍ରେସ ଦାବୀ କରୁଛି ବୋଲି ଶ୍ରୀ ମହାନ୍ତି କହିଥିଲେ l










