ଭୁବନେଶ୍ୱର: ବାତ୍ୟା ‘ଅକ୍ଭାନ’କୁ ନେଇ ସତର୍କତାମୂଳକ ପଦକ୍ଷେପ । ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ବନ୍ଦ ରହିବ ନନ୍ଦନକାନନ। ଖୋର୍ଦ୍ଧା ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଥିବାରୁ ଦୁଇ ଦିନ ପାଇଁ ଚିଡ଼ିଆଖାନା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।ଆଜି ଓ ଆସନ୍ତାକାଲି ଅର୍ଥାତ୍ ଦୁଇ ଦିନ ଧରି ନନ୍ଦନକାନନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ । ଏନେଇ ଚିଡ଼ିଆଖାନାର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବାତ୍ୟା ଜନିତ ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ନିଷ୍ପତ୍ତି ନିଆଯାଇଛି ।










