ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ସରିବ ଡିଜିପି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ । କାର୍ଯ୍ୟକାଳ ସରିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୩ ବ୍ୟାଚର ବିନୟତୋଷ ମିଶ୍ର । ବଡ କଥା ହେଉଛି, ବିନୟତୋଷଙ୍କ ପରେ ଓଡିଶାରେ ପରବର୍ତ୍ତୀ ଡିଜିପି କିଏ ହେବେ ? ଏହି ମାମଲାରେ ସୁପ୍ରିମକୋର୍ଟରେ ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ରହିଛି । ସେପ୍ଟେମ୍ବର ୨୯ ତାରିଖରେ ଶେଷ ଶୁଣାଣି କରାଯାଇଥିଲା । କିନ୍ତୁ ଏଯାଏଁ ସେ ରାୟ ସଂରକ୍ଷଣ ହୋଇ ରହିଛି । ବର୍ତ୍ତମାନ ପ୍ରକାଶ ପାଇନାହିଁ । ସୂଚନାଥାଉକି, ଅନ୍ତରୀଣ ଡିଜିପି ଭାବେ ଗତ ଅଗଷ୍ଟ ୧୬ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ବୟସ ସୀମାକୁ ଦୃଷ୍ଟିରେ ରଖି ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ ଆସନ୍ତା ୩୦ରେ ସରୁଛି । ଓଡିଶାରେ ପରବର୍ତ୍ତୀ ଡିଜିପି କିଏ ହେବେ, ସୁପାରିଶ କରାଯାଇଥିବା ନାଁ ମଧ୍ୟରେ କାହା ନାମରେ ମୋହର ବାଜିବ ସେନେଇ ଅପେକ୍ଷା ।










