ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଥିବା ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡାଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା । ଏହାସହ ବାହାରେ ଫୋପାଡ଼ିଲେ ଟେବୁଲ, ଚେୟାର, ଫାଇଲ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଘଟଣାସ୍ଥଳରେ ସତ୍ୟବାଦୀ ଅତିରିକ୍ତ ତହସିଲଦାର, ସତ୍ୟବାଦୀ ପୋଲିସ ସତ୍ୟବାଦୀ ବିଡିଓଙ୍କ ଅନୁଧ୍ୟାନ ଜାରି ।
ଅନ୍ୟପଟେ ନ୍ୟାୟ ଦାବିରେ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା ଓ ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅନଶନ ସହ ନ୍ୟାୟ ନମିଳିଲେ ଆଇନକୁ ହାତକୁ ନେବା ପାଇଁ ଚେତାବନୀ ସହ ବିଜେପି ଉପରେ ଆରୋପ । ଘଟଣାସ୍ଥଳରେ ଉତ୍ତେଜନା ସହିତ ବ୍ୟାପକ ପୋଲିସ ଫୋର୍ସ ମୁତୟନ । ପିପିଲି ଏସ୍ଡ଼ିପିଓ ଦେବାଶିଷ ମିଶ୍ର ଓ ସମସ୍ତ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ।ଏହି ଘଟଣାକୁ ନେଇ ସତ୍ୟବାଦୀରେ ଗୋଷ୍ଠୀ ସଂଘର୍ଷ ହେବା ନେଇ ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀଙ୍କ ସହିତ ରାଜ୍ୟ ନେତା ମଧ୍ୟ ପହଞ୍ଚିଛନ୍ତି । ତେବେ ଶାନ୍ତ ସତ୍ୟବାଦୀରେ ଏଭଳି ପରିସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।










