32.1 C
Bhubaneswar
Monday, October 12, 2026
Homeଦେଶ ବିଦେଶସେନା ପାଇଁ ‘ଭାରତ ରାଇସ୍’ ଲଞ୍ଚ କଲେ ରାଜନାଥ ସିଂହ

ସେନା ପାଇଁ ‘ଭାରତ ରାଇସ୍’ ଲଞ୍ଚ କଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଚାଷୀଙ୍କ ପରିଶ୍ରମ ଯେତେବେଳେ ଯବାନଙ୍କ ଶକ୍ତିରେ ପରିଣତ ହୁଏ, ସେତେବେଳେ ଦେଶର ସୁରକ୍ଷା ଆହୁରି ମଜବୁତ ହୁଏ । ଏହି ଭାବନାକୁ ଆଧାର କରି ଭାରତୀୟ ସେନା ପାଇଁ ‘ଭାରତ ରାଇସ୍’ ଲଞ୍ଚ କରାଯାଇଛି । ସୋମବାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି ।ଏହି ଅବସରରେ ଭାରତୀୟ ସେନା ଏବଂ ଭାରତୀୟ ଖାଦ୍ୟ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହାଦ୍ୱାରା ଆବଶ୍ୟକ ସମୟରେ ସେନାର ଯୋଗାଣ ବ୍ୟବସ୍ଥା ପାଇଁ FCIର ଗୋଦାମ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ବ୍ୟବହାର କରାଯାଇପାରିବ । ଏହା ସେନାର ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ । ଏହି ବ୍ୟବସ୍ଥାରେ ‘ଭାରତ ରାଇସ୍’ ସିଧାସଳଖ ସେନାର ଯୋଗାଣ ଡିପୋରେ ପହଞ୍ଚିବ ।  କାର୍ଯ୍ୟକ୍ରମରେ ରାଜନାଥ ସିଂହ କହିଥିଲେ, ‘ଭାରତ ରାଇସ୍’ର ଶୁଭାରମ୍ଭ କେବଳ ଚାଉଳ ସହ ଜଡ଼ିତ ନୁହେଁ । ଏହା ଚାଷୀଙ୍କ କ୍ଷେତରୁ ଆରମ୍ଭ ହୋଇ ଯବାନଙ୍କ ଥାଳି ପର୍ଯ୍ୟନ୍ତ ପହଞ୍ଚୁଥିବା ବିଶ୍ୱାସର ଏକ ସମ୍ପର୍କ । ଚାଷୀ ନିଜ ପରିଶ୍ରମରେ ଦେଶବାସୀଙ୍କ ପେଟ ଭରୁଥିବା ବେଳେ ଯବାନ ସୀମାରେ ରହି ଦେଶର ସୁରକ୍ଷା କରୁଛନ୍ତି । ଏହି ଦୁଇ ବର୍ଗଙ୍କ ଲକ୍ଷ୍ୟ ହେଉଛି ରାଷ୍ଟ୍ରକୁ ଶକ୍ତିଶାଳୀ କରିବା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking