ଭୁବନେଶ୍ୱର : ବଜାରକୁ ଯିବାକୁ ଏବେ ଡର ଲାଗୁଛି। ଯେଉଁ ପରିବାକୁ ହାତ ବଢ଼ାଇଲେ, ସେଠି ଦାମ୍ ଆକାଶଛୁଆଁ। ବାଇଗଣ, ଭେଣ୍ଡି, ଟମାଟୋ, ପୋଟଳ ଆଦି ସବୁଦିନିଆ ପରିବା ୬୦ରୁ ୮୦ ଟଙ୍କା। ମାତ୍ର କିଛି ଦିନ ଭିତରେ ଦର ଡବଲ୍ ହୋଇଯିବାରୁ ମଧ୍ୟବିତ୍ତଙ୍କ ବଜେଟ୍ ପୂରା ଦୋହଲି ଯାଇଛି। କୋଉ ଗୋଟିକ ପରିବାର ୫୦-୬୦ରୁ କମ୍ ନାହିଁ। ଭୁବନେଶ୍ବର କଟକ ସମେତ ରାଜ୍ୟର ବିଭିନ୍ନ ଉପକୂଳ ଅଞ୍ଚଳରେ ସମାନ ସ୍ଥିତି। ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷା, ଏଥି ଯୋଗୁ ଫସଲ ନଷ୍ଟ ଓ ଯୋଗାଣ ସଙ୍କଟ ଯୋଗୁ ପରିବା ଦର ବଢିଥିବା କୁହାଯାଉଛି।










