32.1 C
Bhubaneswar
Monday, October 12, 2026
Homeଦେଶ ବିଦେଶ୨୭ରେ ସବୁ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

୨୭ରେ ସବୁ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ଅଡୁଆ ବଢ଼ିଲା ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ପାଇଁ । ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର୍‌ ଏବଂ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀକୁ ନେଇ ଉଠିଥିବା ପ୍ରଶ୍ନ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଖଲ ଆବେଦନଗୁଡ଼ିକର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରକାଶ କରିଛନ୍ତି । ଆସନ୍ତା ଅକ୍ଟୋବର ୨୭ ତାରିଖରେ ଏହି ମାମଲାଗୁଡ଼ିକର ପରବର୍ତ୍ତୀ ଶୁଣାଣି ହେବ । ଆବେଦନଗୁଡ଼ିକରେ ଅଭିଯୋଗ କରାଯାଇଛି ଯେ, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ନିର୍ବାଚନ କମିଶନଙ୍କ ଆଭ୍ୟନ୍ତରୀଣ ନିୟମ ଓ ପ୍ରକ୍ରିୟା ପାଳନ କରାଯାଇନାହିଁ । ବିଶେଷକରି ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ମତାମତ ଓ ଆପତ୍ତିକୁ ଉପେକ୍ଷା କରି କେତେକ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି । ଏହାସହ ଏସ୍‌ଆଇଆର୍‌ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିବାର ଆଶଙ୍କା ଏବଂ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିର ସାମ୍ବିଧାନିକ ବୈଧତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି ।ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ନିର୍ବାଚନ କମିଶନ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି । ନିର୍ବାଚନ କମିଶନଙ୍କ କୌଣସି ନିଷ୍ପତ୍ତି ଆଇନ ଅନୁଯାୟୀ ହୋଇନଥିଲେ ତାହାକୁ ରଦ୍ଦ କରାଯାଇପାରିବ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking