31.1 C
Bhubaneswar
Friday, October 9, 2026
Homeଓଡିଶାଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ

ଭଦ୍ରକର ୨ କଲେଜରେ ନିର୍ବାଚନ ବାତିଲ

ଭଦ୍ରକ: ନାମାଙ୍କନ ଦାଖଲ ପୂର୍ବରୁ ୨ କଲେଜରେ ନିର୍ବାଚନ ବାତିଲ । ମହିଳା ମହାବିଦ୍ୟାଳୟ,ଭଣ୍ଡାରୀପୋଖରୀ ନାଆମୀ କଲେଜରେ ନିର୍ବାଚନ ବାତିଲ  । କଲେଜରେ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାତିଲ କଲେ ପ୍ରିନ୍ସପାଲ । ଅକ୍ଟୋବର ୧୫ ତାରିଖରେ ଓଡ଼ିଶାର କଲେଜ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ର ସଂଘ ନିର୍ବାଚନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି।  ସେହିପରି ଗତକାଲି ଯାଜପୁର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ବୋମା ମାଡ ପରେ ଛାତ୍ର ସଂସଦ ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି କଲେଜ ଅଧ୍ୟକ୍ଷ । ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ ସାଇନ-ଏ-ଡାଏ ଘୋଷଣା କରାଯିବା ସହ ଆଜି ସକାଳ ସୁଦ୍ଧା ପିଲାଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ଛାତ୍ରସଂସଦ ନିର୍ବାଚନର ନାମାଙ୍କନ ପ୍ରକ୍ରିୟା । ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ, ଛାତ୍ରଛାତ୍ରୀମାନେ ଆଜି, ଅକ୍ଟୋବର 9 ତାରିଖ ସକାଳ 10 ଟାରୁ ଅପରାହ୍ନ 1 ଟା ମଧ୍ୟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିପାରିବେ। ବୈଧ ନାମାଙ୍କନ ତାଲିକା ଆଜି ସନ୍ଧ୍ୟା 5 ଟାରେ ପ୍ରକାଶିତ ହେବ। ଦୀର୍ଘ ୮ ବର୍ଷ ପରେ ରାଜନୀତି ଫେରିଥିବାରୁ କଲେଜ କ୍ୟାମ୍ପସ ପୂରା ସବୁଠି କୋଳାହଳ ସ୍ଥିତି ଦେଖାଦେଇଛି । ୧୪ ତାରିଖରେ ହ୍ୱାଏ ଆଇ ଏମ ଷ୍ଟାଣ୍ଡିଙ୍ଗ ଏବଂ ୧୫ ରେ ନିର୍ବାଚନ ୧୬ରେ ନବ ନିର୍ବାଚିତ ଛାତ୍ର ଛାତ୍ରୀଙ୍କ ଶପଥ ଗ୍ରହଣ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking