33.1 C
Bhubaneswar
Tuesday, October 6, 2026
Homeଦେଶ ବିଦେଶଦୀପାବଳି ଓ ଛଟ ପୂର୍ବରୁ ଇଣ୍ଡିଗୋ ବଢ଼ାଇଲା ବିମାନ ଭଡ଼ା

ଦୀପାବଳି ଓ ଛଟ ପୂର୍ବରୁ ଇଣ୍ଡିଗୋ ବଢ଼ାଇଲା ବିମାନ ଭଡ଼ା

ନୂଆଦିଲ୍ଲୀ : ଦୀପାବଳି ଓ ଛଟ ପୂର୍ବରୁ ବିମାନ ଯାତ୍ରୀଙ୍କୁ ଲାଗିଛି ବଡ଼ ଝଟକା। ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ମଧ୍ୟରୁ ଅନ୍ୟତମ ଇଣ୍ଡିଗୋ ଘୋଷଣା କରିଛି ଫ୍ୟୁଏଲ ସରଚାର୍ଜ ବୃଦ୍ଧି। ଜେଟ୍ ଇନ୍ଧନ ବା ଏଭିଏସନ ଟର୍ବାଇନ୍ ଫ୍ୟୁଏଲ୍‌ ଦର ବଢ଼ିବା ପରେ ଏହି ନିଷ୍ପତ୍ତି ନେଇଛି ଏୟାରଲାଇନ୍ସ। ନୂଆ ଫ୍ୟୁଏଲ ସରଚାର୍ଜ ୬ ଅକ୍ଟୋବର ୨୦୨୬ରୁ ଲାଗୁ ହେବ। ଫଳରେ ଯାତ୍ରୀଙ୍କୁ ବିମାନ ଟିକେଟ୍ ପାଇଁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ।

ଇଣ୍ଡିଗୋ ପକ୍ଷରୁ ଘରୋଇ ଉଡ଼ାଣ ପାଇଁ ଫ୍ୟୁଏଲ ସରଚାର୍ଜରେ ୧୦୦ ଟଙ୍କାରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯାତ୍ରାର ଦୂରତା ଅନୁସାରେ ଏହି ଚାର୍ଜ ଭିନ୍ନ ରହିବ। ଅର୍ଥାତ୍ ଛୋଟ ଦୂରତାର ଫ୍ଲାଇଟ୍ ଓ ଦୀର୍ଘ ଦୂରତାର ଫ୍ଲାଇଟ୍ ପାଇଁ ଅଲଗା ଫ୍ୟୁଏଲ ସରଚାର୍ଜ ଦେବାକୁ ପଡ଼ିବ। ନୂଆ ଦର ୬ ଅକ୍ଟୋବରରୁ ଲାଗୁ ହେବାକୁ ଥିବାରୁ ପର୍ବପର୍ବାଣୀ ସମୟରେ ଯାତ୍ରା କରିବାକୁ ଥିବା ଲୋକଙ୍କ ବଜେଟ୍ ଉପରେ ଏହାର ପ୍ରଭାବ ପଡ଼ିପାରେ।

କେବଳ ଘରୋଇ ନୁହେଁ, ଅନ୍ତର୍ଜାତୀୟ ଉଡ଼ାଣରେ ମଧ୍ୟ ଫ୍ୟୁଏଲ ସରଚାର୍ଜରେ ପରିବର୍ତ୍ତନ କରିଛି ଇଣ୍ଡିଗୋ। ବିଦେଶ ଯାତ୍ରା ପାଇଁ କେତେ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ, ତାହା ରୁଟ୍ ଓ ଯାତ୍ରା ଦୂରତା ଉପରେ ନିର୍ଭର କରିବ। ତେଣୁ ବିଦେଶ ଯାତ୍ରା ପାଇଁ ଟିକେଟ୍ ବୁକିଂ କରୁଥିବା ଯାତ୍ରୀମାନେ ଏହି ବଢ଼ିଥିବା ଖର୍ଚ୍ଚକୁ ଧ୍ୟାନରେ ରଖିବାକୁ ପଡ଼ିବ।

ଇଣ୍ଡିଗୋର କହିବା ଅନୁସାରେ, ଗତ କିଛି ସମୟ ଧରି ATF ଦରରେ ଲଗାତାର ବୃଦ୍ଧି ଘଟୁଛି। ସଦ୍ୟ ମାସିକ ଭିତ୍ତିରେ ଇନ୍ଧନ ଦର ୧୪ ପ୍ରତିଶତରୁ ଅଧିକ ବଢ଼ିଛି। ଫଳରେ ATF ଦର ପ୍ରାୟ ଏକ ଦଶନ୍ଧିର ସର୍ବୋଚ୍ଚ ସ୍ତର ନିକଟରେ ପହଞ୍ଚିଛି। ଏୟାରଲାଇନ୍ସଗୁଡ଼ିକର ମୋଟ ପରିଚାଳନା ଖର୍ଚ୍ଚରେ ବିମାନ ଇନ୍ଧନର ବଡ଼ ଭାଗ ରହିଥାଏ। ତେଣୁ ଇନ୍ଧନ ଦର ବଢ଼ିଲେ ବିମାନ ଚଳାଚଳ ଖର୍ଚ୍ଚ ମଧ୍ୟ ବଢ଼ିଯାଏ। ଏହି ବଢ଼ୁଥିବା ଖର୍ଚ୍ଚର ଭାରକୁ ସମ୍ଭାଳିବା ପାଇଁ ଇଣ୍ଡିଗୋ ଫ୍ୟୁଏଲ ସରଚାର୍ଜ ବଢ଼ାଇଥିବା କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking