27.1 C
Bhubaneswar
Thursday, October 8, 2026
Homeଓଡିଶାପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ 'ୱିଣ୍ଡ ଇଣ୍ଡିଆ ୨୦୨୬' ପୁରସ୍କାର

ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନ ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପୁଳ ସଫଳତା ସ୍ୱରୂପ ରାଜ୍ୟକୁ ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ (Windergy India 2026) ସମ୍ମିଳନୀରେ ସମ୍ମାନଜନକ “ୱିଣ୍ଡ ଇଣ୍ଡିଆ ୨୦୨୬: ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ” (Leadership in Wind Energy De-risking) ପୁରସ୍କାରରେ ସମ୍ମାନିତ କରାଯାଇଛି। ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡଃ ସତ୍ୟପ୍ରିୟ ରଥ, ମାନ୍ୟବର କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ବିଶିଷ୍ଟ ଶିଳ୍ପପତି ଓ ସରକାରୀ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସଫଳତା ପାଇଁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି ଯେ, ଏହି ସମ୍ମାନ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଅଧୀନରେ ରାଜ୍ୟରେ ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା, ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି। ୱିଣ୍ଡର୍ଜି ଇଣ୍ଡିଆ ୨୦୨୬ ଅବସରରେ ଓଡ଼ିଶାର ପବନ ଶକ୍ତିର ବିପୁଳ ସମ୍ଭାବନାକୁ ବିଶ୍ୱ ଓ ଦେଶର ନିବେଶକମାନଙ୍କ ଆଗରେ ଉପସ୍ଥାପନ କରିବା ପାଇଁ “ଓଡ଼ିଶା: ଇଣ୍ଡିଆଜ୍ ନେକ୍ସଟ୍ ୱିଣ୍ଡ ଡେଷ୍ଟିନେସନ୍” ଶୀର୍ଷକ ଏକ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ ଆୟୋଜିତ ହୋଇଥିଲା। ଏହି ଅଧିବେଶନରେ ଡଃ ସତ୍ୟପ୍ରିୟ ରଥ ଓଡ଼ିଶାର ପବନ ଶକ୍ତିର କ୍ଷମତା ଏବଂ ଏହାକୁ ସଫଳ ପ୍ରକଳ୍ପରେ ରୂପାନ୍ତରିତ କରିବା ପାଇଁ ଆବଶ୍ୟକ ନୀତିଗତ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। “ସମ୍ଭାବନାରୁ ପୁଞ୍ଜିନିବେଶ” ପ୍ରସଙ୍ଗ ଉପରେ ଆଧାରିତ ଏହି ଆଲୋଚନାରେ ପବନ ଶକ୍ତିର ଆକଳନ, ଜମି ଓ ସାଇଟ୍ ପ୍ରସ୍ତୁତି, ଗ୍ରୀଡ ସଂଯୋଗୀକରଣ, ଟରବାଇନ୍ ପରିବହନ ଏବଂ ସୁଦୃଢ଼ ନୀତିଗତ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବିଶେଷ ସମ୍ମାନ ଓ ଶିଳ୍ପପତିମାନଙ୍କର ଉତ୍ସାହଜନକ ଭାଗିଦାରୀ ଓଡ଼ିଶାକୁ ଦେଶର ଅନ୍ୟତମ ଅଗ୍ରଣୀ ଅକ୍ଷୟ ଶକ୍ତି ନିବେଶ ଗନ୍ତବ୍ୟସ୍ଥଳ ଭାବେ ପ୍ରତିଷ୍ଠିତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking