27.1 C
Bhubaneswar
Thursday, October 8, 2026
Homeଓଡିଶାଇଣ୍ଡିଆ ବ୍ଲକ୍‌ ତରଫରୁ ଓଡ଼ିଶା ବନ୍ଦ ଅଭୂତପୂର୍ବ ସଫଳ

ଇଣ୍ଡିଆ ବ୍ଲକ୍‌ ତରଫରୁ ଓଡ଼ିଶା ବନ୍ଦ ଅଭୂତପୂର୍ବ ସଫଳ

ଭୁବନେଶ୍ୱର: ୮ ଅକ୍ଟୋବର ଓଡ଼ିଶା ବନ୍ଦ ଅବସରରେ ଇଣ୍ଡିଆ ବ୍ଲକ୍‌ର ଅଂଶୀଦାର ଦଳଗୁଡ଼ିକ ଭୁବନେଶ୍ୱରରେ ଏକତ୍ରିତ ହୋଇ ଜୋରଦାର ପ୍ରତିବାଦ କରିଥିଲେ। ନିର୍ବାଚନ ବ୍ୟବସ୍ଥାର ସୁରକ୍ଷା, ଏସ୍‌ଆଇଆର୍‌ (SIR) ପ୍ରତ୍ୟାହାର, ନିର୍ବାଚନ ଆୟୋଗରେ ସଂସ୍କାର, ଜ୍ଞାନେଶ କୁମାରଙ୍କୁ ହଟାଇବା, ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ରଦ୍ଦ, ଓଡ଼ିଶାର ସ୍ୱାର୍ଥ ଓ ସମ୍ବିଧାନର ସଂଘୀୟ ବ୍ୟବସ୍ଥାର ସୁରକ୍ଷା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଦେବା ଆଦି ଦାବି ନେଇ ଏହି ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଇଣ୍ଡିଆ ବ୍ଲକ୍‌ର ନେତୃବୃନ୍ଦ ଓ କର୍ମୀମାନେ ଏକତ୍ରିତ ହୋଇ ଲୋକସଭା ଭବନ ଅଭିମୁଖେ ମିଳିତ ପଦଯାତ୍ରା କରିଥିଲେ। ଏହି ସମୟରେ ବିଭିନ୍ନ ଦାବି ନେଇ ସ୍ଲୋଗାନ ଦେଇ ନେତା ଓ କର୍ମୀମାନେ ପ୍ରତିବାଦ ଜଣାଇଥିଲେ। ପଦଯାତ୍ରା ସମୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବହୁ ସଂଖ୍ୟକ ନେତା ଓ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା। ଏହି ବନ୍ଦରେ ଜନଜୀବନ ଠପ୍ ହୋଇଯାଇଛି। ରାଜ୍ୟବାସୀଙ୍କ ସହଯୋଗ ପାଇଁ ଇଣ୍ଡିଆ ବ୍ଲକ ତରଫରୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଯାଇଛି। ଏହି ବନ୍ଦ ନେଇ ଗତ ୧୦ ଦିନବ୍ୟାପୀ ପ୍ରସ୍ତୁତି ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ରାଜ୍ୟର ସମସ୍ତ ଗଣମାଧ୍ୟମକୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସ କୃତଜ୍ଞତା ଜଣାଇଛନ୍ତି। ଆଜିର ବନ୍ଦ ଆନ୍ଦୋଳନରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍‌ଏଲ୍)-ଲିବରେସନ, ଫରୱାର୍ଡ ବ୍ଲକ୍, ଏନ୍‌ସିପି-(ଶରଦ ପୱାର), ସମାଜବାଦୀ ପାର୍ଟି, ଆର୍‌ଜେଡି ଏବଂ ଜେଏମ୍‌ଏମ୍‌ ସମେତ ଇଣ୍ଡିଆ ବ୍ଲକ୍‌ର ସମସ୍ତ ଅଂଶୀଦାର ଦଳଗୁଡ଼ିକର ରାଜ୍ୟ ନେତୃବୃନ୍ଦ ଯୋଗଦେଇଥିଲେ। ଇଣ୍ଡିଆ ବ୍ଲକ୍‌ର ନେତୃବୃନ୍ଦ କହିଥିଲେ ଯେ, ଦେଶର ଗଣତନ୍ତ୍ର, ସମ୍ବିଧାନ, ନିର୍ବାଚନ ପ୍ରକ୍ରିୟା ଓ ରାଜ୍ୟଗୁଡ଼ିକର ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଇଣ୍ଡିଆ ବ୍ଲକ୍‌ର ଏହି ଏକତାବଦ୍ଧ ଆନ୍ଦୋଳନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ଇଣ୍ଡିଆ ବ୍ଲକ୍‌ର ସମସ୍ତ ଅଂଶୀଦାର ଦଳ ଏକତ୍ରିତ ହୋଇ ସଂଗ୍ରାମ କରିବେ ବୋଲି ଘୋଷଣା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking